Homeଆଞ୍ଚଳିକକାରରୁ ୮୭ କେଜି ଗଞ୍ଜେଇ ଜବତ: ୩ ଗିରଫ କାରରୁ ୮୭ କେଜି ଗଞ୍ଜେଇ ଜବତ: ୩ ଗିରଫ August 29, 2022August 29, 2022THE SWARA ଅନୁଗୋଳ: ବୌଦ୍ଧ ଜିଲ୍ଲାରୁ ଅନୁଗୋଳ କୁ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ । ଚାଲାଣ ବେଳେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରି ୩ ଜନନକୁ ଗିରଫ କରିଛି ଜିଲ୍ଲାର ଛେଣ୍ଡିପଦା ପୋଲିସ । ସୂଚନାଅନୁସାରେ ବୌଦ୍ଧ ଜିଲ୍ଲାରୁ ଏକ କାରରେ ଗଞ୍ଜେଇ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଆସୁଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା । ଫଳରେ ପୋଲିସ ଛେଣ୍ଡିପଦା ରେଞ୍ଜ୍ଜ ଅଫିସ ନିକଟରେ ଜଗି ବସିଥିଲା ପୋଲିସ । ଆଉ କାର ପହଞ୍ଚିବାପରେ କାରକୁ ଅଟକାଇ ଜାଞ୍ଚ କରିବା ପରେ ସେଥିରୁ ୮୪ ଟି ପ୍ୟାକେଟ ଗଞ୍ଜେଇ ପାଇଥିଲା ପୋଲିସ । ଜବତ ଗଞ୍ଜେଇ ୮୭ କେଜି ହୋଇଥିବା ବେଳେ କର ରେ ଥିବା ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ଓଲଣ୍ଡା ଅଞ୍ଚଳର ରମାକାନ୍ତ ନାୟକ , ଭୋଳା ସ୍ବାଇଁ ଓ ରେଢାଖୋଲ ଥାନା ଲାଣ୍ଡିମାଳର ବବୁଲ ଲୁହା ।
ଅନୁଗୋଳ ଜିଲ୍ଲାରୁ ୧୩୨ କରୋନା ପଜିଟିଭ ଚିହ୍ନଟ , ପଜିଟିଭ ସଂଖ୍ୟା ୪୫୨୩୬ ରେ ପହଞ୍ଚିଲା ଅନୁଗୋଳ: ରବିବାର ଅନୁଗୋଳ ଜିଲ୍ଲାରେ ୧୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର…
୮୬ତ୍ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ । ଅନୁଗୋଳ ଜିଲ୍ଲା ପୋଲିସ ରିଜର୍ଭ ପଡ଼ିଆ ରେ ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ DIG ସାର୍ଥକ ଷଢ଼ଙ୍ଗି…
ଜିନ୍ଦଲରେ ଉଦଯାପିତ ହେଲା ଫୁଟସଲ ୨୦୨୧ ଅନୁଗୋଳ: ଜିନ୍ଦଲ ଅଫିସର୍ସ କ୍ଲବ ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ ୨୦୨୧ ବିଜେତା ଭାବରେ ଜୋସ ଦଳ ଟ୍ରଫି ହାସଲ କରିଅଛି…