ଓଡ଼ିଆ ବିଭାଗ ପକ୍ଷରୁ ଆଲୋଚନା ଚକ୍ର ।

ଅନୁଗୋଳ: ବଅଁରପାଳ ସ୍ଥିତ ପଞ୍ଚଗଡ ସୋମନାଥ ସିଂହ ଜଗଦ୍ଦେବ ଡିଗ୍ରୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ‘ଆଧୁନିକବାଦ ଓ ଓଡ଼ିଆ କବିତା’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଗୋକୁଳାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ସମାଲୋଚକ କୁମୁଦ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି, ପ୍ରଫେସର ଶାନ୍ତନୁ କୁମାର ସର ମୁଖ୍ୟବକ୍ତା, ସମାଲୋଚକ ଶ୍ରୀକାନ୍ତ କୁମାର ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ମନୋଜ କୁମାର ବେହେରା ସ୍ୱାଗତ ଭାଷଣ ଦେଇ ମଞ୍ଚ ପରିଚାଳନା କରିଥିଲେ ଏବଂ ବିଭାଗ ମୁଖ୍ୟ ଅଧ୍ୟାପକ ପୂର୍ଣେନ୍ଦୁ ଭୂତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥି ସହିତ ବିଭାଗୀୟ ମୁଖପତ୍ର ‘ବର୍ଣ୍ଣାଳୀ’ ଉନ୍ମୋଚନ ହେବ ସହ ବିଭାଗର ପୁରାତନ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *