“ରାଷ୍ଟ୍ରପିତାଙ୍କ ଅପମାନ-ସହିବ ନାହିଁ ହିନ୍ଦୁସ୍ତାନ”ପ୍ରଚାର ଅଭିଯାନ।

ଅନୁଗୋଳ :ଦେଶରେ ଏବେ ହରିଦ୍ଵାର ଠାରୁ ଆରମ୍ଭ ହୋଇଥିବା ଧର୍ମ ସଂସଦ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା  ସହ ଲୋକଙ୍କୁ ଉତ୍ତେଜନା ମୂଳକ ଭାଷଣମାନ ଦିଆଯାଉଛି। ଯାହାର ପ୍ରତିବାଦ ଦେଖିବାକୁ ମିଳିଛି ଅନୁଗୋଳ ରେ।ଅନୁଗୋଳ ଜିଲ୍ଲା ଗାନ୍ଧୀ ଶାନ୍ତି ପ୍ରତଷ୍ଠାନ ପକ୍ଷରୁ  ରାଷ୍ଟ୍ରପିତାଙ୍କ ଅପମାନ – ସହିବ ନାହିଁ ହିନ୍ଦୁସ୍ତାନ ର ପ୍ରଚାର କରାଯାଇଛି। ସେଥିପାଇଁ ବହୁ ସଂଖ୍ୟକ ଗାନ୍ଧି ପ୍ରେମୀ ଗାନ୍ଧୀ ପାର୍କ ଠାରେ ଏଖାଟି ହୋଇ ଗାନ୍ଧୀ ଙ୍କ ବିଚାର ଧରାକୁ ଯେଉଁଭଳି ଭାବେ ଏକ ଗୋଷ୍ଠୀ ନଷ୍ଟ କରିବାକୁ ଯାଉଛନ୍ତି ତାର ନିରବ ବିରୋଧ କରିଥିଲେ।  ସେହିପରି ବିଭିନ୍ନ ସାମ୍ପ୍ରଦାୟିକ ଶକ୍ତି ମାନଙ୍କ ଦ୍ୱାରା  କେତେବେଳେ ନେତାଜୀଙ୍କୁ ଗାନ୍ଧିଜୀଙ୍କ ପ୍ରତିଦ୍ବନ୍ଦୀ ଭାବେ ଠିଆ କରାଯାଉଛି ତ ଆଉ କେତେବଳେ ସର୍ଦ୍ଦାର  ପଟେଲ ଓ ନେହେରୁଙ୍କ  ମଧ୍ୟରେ କିଏ ସାନ, କିଏ ବଡ଼ ତୁଳନା କରାଯାଉଛି । ଦେଶରେ ନୂଆ ପିଢ଼ିର  ମଣିଷ ମାନଙ୍କ ଭିତରେ  ଏପରି ବିଷାକ୍ତ ବିଚାର ଭର୍ତି କରାଇବାର ଅଭିସନ୍ଧି ମୂଳକ ଯୋଜନା  ଗୋଟିଏ  ଗୋଷ୍ଠୀ ପକ୍ଷରୁ    ଯୋରସୋର  ଚାଲିଛି ବୋଲି ଅଭିଯୋଗ କରାଯାଇଛି।  ସାରା ବିଶ୍ୱରେ ବିଶିଷ୍ଟ ବ୍ୟକ୍ତି  ମାନେ ଗାନ୍ଧୀଙ୍କୁ ନିଜର ଆଦର୍ଶ ମାନୁଥିବା ବେଳେ ଆମ ଦେଶରେ ଗାନ୍ଧୀ ବିଚାରର ହତ୍ୟା କିବାରେ ଯେଉଁମାନେ ଚେଷ୍ଟା କରୁଛିନ୍ତି ସେମାନେ ବିଫଳ ହେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।  

ଦେଶରେ ଗାନ୍ଧୀବାଦୀ ସଂଗଠନ ମାନଙ୍କ ପକ୍ଷରୁ ବରପୁତ୍ରମାନଙ୍କ ଓ ପ୍ରତି ଏହି ଅପପ୍ରଚାର ବିରୋଧରେ ଦେଶବ୍ୟାପି “ରାଷ୍ଟ୍ରପିତାଙ୍କ ଅପମାନ – ସହିବ ନାହିଁ ହିନ୍ଦୁସ୍ତାନ ” ଶୀର୍ଷିକ ପ୍ରଚାର ଅଭିଯାନ ସ୍ଥାନୀୟ ଗାନ୍ଧୀ ପାର୍କଠାରେ ଆୟୋଜନ ହୋଇଥିଲା । ଏହି ପରିପେକ୍ଷୀରେ ଶାନ୍ତି ପ୍ରତିଷ୍ଠାନ ଉପାଧକ୍ଷ ଧନେଶ୍ଵର ସାହୁ, କୈଳାସ ଚନ୍ଦ୍ର ସାହୁ, ଶଙ୍କର ବେହେରା, କଲ୍ୟାଣ କିଶୋର ମହାନ୍ତି, ଅଜୟ ଭାଇ, ଲବ କୁମାର ପ୍ରଧାନ,ମନୋଜ କୁମାର ବେହେରା ,ରାଷ୍ଟ୍ରୀୟ ଯୁବା ସଂଗଠନ ର ଆଦ୍ୟଶ୍ଳୋକ ମହାନ୍ତି, ଛୋଟରାୟ ମାଝୀ, ସୁବ୍ରତ କେହେରା , ମାମାଲି , ପ୍ରିୟଙ୍କ। ପ୍ରମୁଖ ଉପସ୍ଥିତ ରହି ନିଜର ମତ ପ୍ରଦାନ କରିଥିଲେ  । ସୂର୍ଯ୍ୟନାରାୟଣ ନାଥ ଏହି ସଭାର ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ବାଜିରାଉତ ଛାତ୍ରାବସ ଛାତ୍ରୀଙ୍କ ଦ୍ଵାରା ରାମଧୂିନ ଗାନ କରିବା ସହ ଶେଷରେ ବିଦ୍ଯାଧର ନାଏକ ଧନ୍ୟ ବାଦ ଆପର୍ଣ କରିଥିଲେ

Leave a Reply

Your email address will not be published. Required fields are marked *