ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ସହକାରୀ ଜନ୍ତ୍ରୀ । ଆୟ ବହିଭୂର୍ତ ସଂପତ୍ତି ଠୁଳ ଅଭିଯୋଗରେ ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ। ସହକାରୀ ଯନ୍ତ୍ରୀ ମାନସ ସାମଲଙ୍କ ଘରେ ସୋମବାର ସକାଳୁ ଚଢ଼ାଉ କରାଯାଉଛି।

ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଏକକାଳୀନ ୬ଟି ସ୍ଥାନରେ କରାଯାଉଛି। କଟକ ସିଡିଏ ସେକ୍ଟର-୭ରେ ଥିବା ୩ମହଲା ଘର, ସାଲେପୁର ଚମ୍ପତିପାଟଣାରେ ଥିବା ଘର, ଜଟଣୀ କଣ୍ଟିଲୋରେ ଥିବା ସୃଷ୍ଟି ପ୍ଲାଜାରେ ରେଡ୍ କରାଯାଇଛି । ସେହିପରି ଜଗତସିଂହପୁର କୁଜଙ୍ଗରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଚଢାଉ ହୋଇଛି । ଭିଜିଲାନ୍ସର ୩ଜଣ ଡିଏସପିଙ୍କ ନେତୃତ୍ୱରେ ଚଢାଉ ଜାରି ରହିଛି । ଏଥିରେ ୧୧ ଜଣ ଇନ୍ସପେକ୍ଟର , ୨ ଜଣ ସବ-ଇନ୍ସପେକ୍ଟର ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *