ନୂଆଖାଇ ଦିନ ବନ୍ଦ ରହିବ ରାଜ୍ୟର ସବୁ ବ୍ୟାଙ୍କ

ଭୁବନେଶ୍ଵର: ଆସନ୍ତା ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ । ଏହି ଅବସରରେ ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୋମବାର ରାଜସ୍ୱ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟାଙ୍କ ସହିତ ଅନ୍ୟ ସମସ୍ତ ବିତ୍ତୀୟ ସଂସ୍ଥା ଗୁଡ଼ିକୁ ନୂଆଖାଇ ଦିନ ବନ୍ଦ ରଖିବାକୁ ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି।

ନୂଆଖାଇ ପାଇଁ ଏବେ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ବିଗତ ୨ ଥର କୋଭିଡ ପାଇଁ ନୂଆଖାଇ ଘର ଭିତରେ ସୀମିତ ଥିଲା। ନୂଆଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମ ଉପରେ ବାରଣ ଥିଲା। ଘରଠାରୁ ବହୁଦୂରରେ ରହୁଥିବା ପଶ୍ଚିମ ଓଡ଼ିଶାର ଅନେକ ଲୋକ ଜନ୍ମମାଟିକୁ ପହଞ୍ଚି ପାରି ନଥିଲେ। ଏଥର କିନ୍ତୁ କୋଭିଡ କଟକଣା ନ ଥିବାରୁ ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶାର ଲୋକେ ଘରକୁ ଆସିବା ଆରମ୍ଭ କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *