ରାତିପାହିଲେ ସାବିତ୍ରୀ ବ୍ରତ, ଅନୁଗୋଳର ବିଭିନ୍ନ ବଜାରରେ କିଣାକିଣି କରିବାକୁ ନାହିଁ ନଥିବା ଭିଡ ।

ଅନୁଗୋଳ: ଆସନ୍ତାକାଲି ସାବିତ୍ରୀ ବ୍ରତ । କରୋନା କଟକଣା କାରଣରୁ ସାବିତ୍ରୀ ବ୍ରତ ସେତେ ଧୁମଧାମରେ ପାଳନ ହୋଇପାରିବ ନାହିଁ । ତଥାପି ଅମାନିଆ ମନୁ ନାହାଁନ୍ତି କରୋନା କଟକଣା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ।

ସାବିତ୍ରୀ ସାମଗ୍ରୀ କିଣିବା ପାଇଁ ଅନୁଗୋଳ ସହରର ବୁସଷ୍ଟାଣ୍ଡ ଫଳ ମାର୍କେଟ ଠାରୁ ଆରମ୍ଭ କରି ଦେଲି ମାର୍କେଟ ଓ ଷ୍ଟେଟ ବ୍ୟାଙ୍କ ସମ୍ମୁଖ ମାର୍କେଟ ରେ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ । ଭିଡ ଲାଗୁଥିଲା ଯେପରି ସହରରେ କରୋନା ଭୟ ଚାଲିଗଲାଣି । ପୋଲିସ ପହଞ୍ଚି ଅମାନିଆଙ୍କୁ ଘଉଡାଇଥିବା ବେଳେ ବିଭିନ୍ନ ଦୋକାନୀଙ୍କ ଠାରୁ ସାମାଜିକ ଦୂରତା ନିୟମ ଖିଲାପ କରିଥିବା କାରଣରୁ ଫାଇନ ଅଦାୟ କରିଥିଲା । ତେବେ ବାରମ୍ବାର ପୌରପାଳିକା ଘୋଷଣା କଲା ପରେ ମଧ୍ୟ ଅମାନିଆ ମାନୁ ନାହାଁନ୍ତି  କଟକଣା । ଜିଲ୍ଲାରେ ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଏଭଳି ଭିଡ ସଂକ୍ରମଣ କୁ ଆହୁରି ବଢାଇବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *