ଆଇପିଏସ୍ ଅଫିସର ସାରା ଶର୍ମା ହେଲେ ସିବିଆଇ ର DIG।

ନୂଆଦିଲ୍ଲୀ: କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ସାରା ଶର୍ମା। ସିବିଆଇରେ ଡିଆଇଜି ଭାବେ ସାରା ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ୫ବର୍ଷ ପାଇଁ ସିବିଆଇରେ ଡିଆଇଜି ଭାବେ ଦାୟିତ୍ୱ ତୁଲାଇବେ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୦ ଓଡ଼ିଶା କ୍ୟାଡର ଆଇପିଏସ ହେଉଛନ୍ତି ସାରା ଶର୍ମା।

ସାରା ଶର୍ମାଙ୍କୁ କେନ୍ଦ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ତୁରନ୍ତ ରିଲିଫ୍ ଦେବାକୁ ଅନୁରୋଧ କରିଛି। ମାର୍ଚ୍ଚ ୧୨ ତାରିଖର ଏହି ସରକାରୀ ଚିଠିରେ ତାଙ୍କ କେନ୍ଦ୍ରୀୟ ଡେପୁଟେସନକୁ ଆନୁଷ୍ଠାନିକ ରୂପ ଦିଆଯାଇଛି। ମଣିପୁରରେ ଜାତିଗତ ହିଂସାର ସିବିଆଇ ତଦନ୍ତ ସମୟରେ ସାରା ଶର୍ମାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଟିମର ଏକ ଅଂଶ ଭାବରେ ସେ ତଦନ୍ତରେ ନିଜର ଦକ୍ଷତା ଏବଂ ବୁଦ୍ଧି ଖଟାଇଥିଲେ। ଏହି ନିଯୁକ୍ତି ପୂର୍ବରୁ ସେ ସମ୍ବଲପୁରରେ ପୁଲିସ ଅଧୀକ୍ଷକ (ଭିଜିଲାନ୍ସ) ପଦବିରେ ରହିଥିଲେ।

ସୂଚନା ଅନୁଯାୟୀ ସାରା ଶର୍ମାଙ୍କୁ ୫ ବର୍ଷ ପାଇଁ ଡିଆଇଜି ପଦବିରେ ନିଯୁକ୍ତି ମିଳିଛି। ଏଥି ସହିତ ଅନ୍ୟ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି, ଯେଉଁଥିରେ ଡିଆଇଜି ପି ମୁରୁଗନଙ୍କ କାର୍ଯ୍ୟ ଅବଧି ୧୫ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବଢାଯାଇଛି।  ଅନ୍ୟପକ୍ଷେ କେନ୍ଦ୍ରୀୟ ଏଜେନ୍ସିର ସିବିଆଇର ପୁଲିସ ଅଧ୍ୟକ୍ଷ ବିଧ୍ରୁତ ବିକାଶଙ୍କ କାର୍ଯ୍ୟ ଅବଧି ମଧ୍ୟ ୨୦୨୫ ଫେବ୍ରୁଆରି ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *