ଜରାସିଂହା ରେ କାର୍ତ୍ତିକ ପୂର୍ଣ୍ଣିମା ମହାସମାରୋହରେ ପାଳିତ

ଅନୁଗୋଳ: ସହର ଉପକଣ୍ଠ ଜରାସିଂହା ଗାଁରେ ବୃନ୍ଦାବତୀ ଯୁବକ ସଂଘ ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି । କା ହିଁ କେଉଁ ଆବାହମାନ କାଳରୁ ଏହା ଗ୍ରାମବାସୀଙ୍କ ଦ୍ବାରା ପାଳିତ ହୋଇ ଆସୁଛି। ଏଥିରେ ଗ୍ରାମର ଆବାଳବୃଦ୍ଧ ବନିତା ସହଯୋଗ କରିଥିଲେ ।

ଏହି ଅବସରରେ ଦେବ ଦେବ ତ୍ରିନାଥଙ୍କର ବାର୍ଷିକ ପୂଜା ସମ୍ପନ୍ନ କରାଯାଇଥିଲା ।ଉକ୍ତ ଦିନ ମା କଳା ପାଟ ମନ୍ଦିର ବେଢ଼ାରୁ ବାହାରି ଲିଙ୍ଗରା ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇ ଗ୍ରାମ ପରିକ୍ରମା କରିଥିଲା । ଭଜନ କୀର୍ତ୍ତନ ରେ ଉପସ୍ଥିତ ଜନତାଙ୍କ ମଧ୍ୟରେ ଭକ୍ତି ଭାବ ଜାଗ୍ରତ ହୋଇଥିଲା ।ପରିଶେଷରେ ନୟାଗଡର ପ୍ରସିଦ୍ଧ ରାମଲୀଳା ପରିବେଷଣ କରା ଯାଇଥିଲା । ଏଥିରେ ଗ୍ରାମର ସମସ୍ତ ବ୍ୟକ୍ତିବିଶେଷ ସହଯୋଗ କରିଥିଲେ। ବୃନ୍ଦାବତୀ ଯୁବକ ସଂଘ ର ସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ ରମାକାନ୍ତ ସାହୁ, ଉମେଶ କୁମାର ସାହୁ, ଅକ୍ଷୟ କୁମାର ବେହେରା, ସନ୍ତୋଷ କୁମାର ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *