Homeଓଡିଶାରାଜ୍ୟରେ ତିନି ମାସର ବସ ଟିକସ ଛାଡ କଲେ ରାଜ୍ୟ ସରକାର । ରାଜ୍ୟରେ ତିନି ମାସର ବସ ଟିକସ ଛାଡ କଲେ ରାଜ୍ୟ ସରକାର । July 15, 2021July 15, 2021THE SWARA ଭୁବନେଶ୍ୱର: ବସ ମାଲିକଙ୍କ ପାଇଁ ଖୁସିଖବର । ରାଜ୍ୟର ସମସ୍ତ ବସ ଉପରୁ ତିନି ମାସର ଟିକସ ଛାଡ କଲେ ସରକାର । କରୋନା ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ମାଲିକମାନେ ଟିକସ ଦେବାରେ ଅସମର୍ଥ ନେଇ ସରକାରଙ୍କ ନିକଟରେ ଦାବି ରଖିଥିଲେ । ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ବସ୍ ଉପରୁ ଛାଡ଼ ହୋଇଛି ୩ମାସର ପରିବହନ ଟିକସ। କରୋନା ଦ୍ବିତୀୟ ଲହରରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ପାଇଁ ବସ୍ ଚଳାଚଳରେ ସମସ୍ୟା ହେଉଥିଲା। ଫଳରେ କ୍ଷତି ସହିଥିଲେ ବସ ମାଲିକ । ତେଣୁ ଏପ୍ରିଲ, ମେ ଓ ଜୁନ ମାସ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର । ବସ ମାଲିକ ସଂଘ ଏନେଇ ସରକାରଙ୍କୁ ନିବେଦନ କରିଥିଲେ । ଏହା ପରେ ଆଜି ପରିବହନ ଟିକସ ଛାଡ କରିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନର ବସ ଉପରୁ ଟିକସ ଛାଡ଼ କରାଯାଇଛି ।
ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,୨୪ ଘଣ୍ଟା ମଧ୍ୟରେ ନେଇପାରେ ଲଘୁଚାପର ରୂପ । ଭୁବନେଶ୍ବର : ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ। ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି…
ବିଦ୍ୟୁତ ଆଘାତରେ ଯୁବକ ଗୁରୁତ୍ତର । ଘର ଛାତ ପଡିବା ବେଳେ ଅଘଟଣ। ଇଲେକ୍ଟ୍ରି କରେଣ୍ଟ ଲାଗି ଜଣେ ଯୁବକ ଗୁରୁତର। ଗୁରୁତର ଯୁବକ କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଯୁବକ ସଦର…
୧୧ତ୍ତମ ହେମସୁରପଡା ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲ ରେ କୁଚିଣ୍ଡା ଚମ୍ପିୟାନ ଅନୁଗୋଳ: ଶେଷ ହୋଇଛି ଅନୁଗୋଳ ଶିବା ଫିଲଡ଼ ରେ ଆୟୋଜିତ ୧୧ତମ ହେମସୁରପଡା ରାଜ୍ୟ ସ୍ଥରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଆୟୋଜିତ ଫାନାଲ ମ୍ୟାଚ ରେ ଝାରସୁଗୁଡ଼ା ଦଳ…