ଜିନ୍ଦଲଷ୍ଟିଲଆଣ୍ଡପାୱାରରଶ୍ରମିକ ବିହାରରେ ନବ ବର୍ଷ ପାଳିତ

ଅନୁଗୋଳ : ହଜାର ହଜାର ସଂଖ୍ୟାରେ ଶ୍ରମଜୀବୀ ଏବଂ କର୍ମଚାରୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଅନୁଗୋଳ ଠାରେ ଅବସ୍ଥିତ ଥିବା ଶ୍ରମିକ ବିହାରରେ ନବ ବର୍ଷ ୨୦୨୪ ପୂର୍ବ ସଂଧ୍ୟା ଉପଲକ୍ଷେ ଆୟୋଜିତ ଏକ ଚିତ୍ତାକର୍ଷକ ମ୍ୟୁଜିକାଲ ନାଇଟରେ ସାମିଲ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ଜେଏସପି ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମଲହାନ, ନିର୍ବାହୀ ନିର୍ଦ୍ଦେଶକ ଆଇରନ ଜୋନ ଶ୍ରୀ ଦାମୋଦର ମିତ୍ତଲ , ସିଏଚଆରଓ ଅନୁଗୋଳ ଶ୍ରୀ ଶୁଭଦୀପ ଖାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଯୋଗ ଦେବା ସହ  ଶ୍ରମଜୀବୀ ଏବଂ କର୍ମଚାରୀଙ୍କ ସହ ଏହି ସାଂସ୍କୃତିକ ସନ୍ଧ୍ୟାକୁ ଉପଭୋଗ କରିଥିଲେ l

ଏହି ସାଂସ୍କୃତିକ ସନ୍ଧ୍ୟା ପାଳନ ଅବସରରେ ୨୫୦ ଜଣ ଶ୍ରମଜୀବୀଙ୍କୁ ୨୦୨୩ ମସିହାରେ ସେମାନଙ୍କର ଉଲ୍ଲେଖନୀୟ  ଯୋଗଦାନ ନିମନ୍ତେ ସମ୍ବର୍ଦ୍ଧିତ କରଯାଇଥିଲା lଏହି ଅବସରରେ ଉପସ୍ଥିତ ଶ୍ରମଜୀବୀ ଏବଂ କର୍ମଚାରୀଙ୍କୁ ଶ୍ରୀ ପଙ୍କଜ ମଲହାନ , ଶ୍ରୀ ଦାମୋଦର ମିତ୍ତଲ, ଶ୍ରୀ ଶୁଭଦୀପ ଖାନ ଶୁଭେଛା ଜଣାଇବା ସହ ସେମାନଙ୍କର ସୁଖ ସମୃଦ୍ଧି ତଥା ନିରାପତ୍ତା ନିମନ୍ତେ କାମନା କରିଥିଲେ l୫୦୦୦ରୁ ଊର୍ଦ୍ଧ୍ଵ ଶ୍ରମିକ ବିହାର ନିବାସୀ , କର୍ମଚାରୀ ତଥା ପାର୍ଶ୍ଵବର୍ତୀ ଗ୍ରାମର ଅଧିବାସୀ  ଏହି ସାଂସ୍କୃତିକ ସନ୍ଧ୍ୟାକୁ ଉପଭୋଗ କରିବା ସହ ଆଗାମୀ ନବ ବର୍ଷ – ୨୦୨୪ର ଶୁଭେଚ୍ଛା ଆଦାନ ପ୍ରଦାନ କରିଥିଲେ lକାର୍ଯ୍ୟକ୍ରମ ପରିଶେଷରେ ବିଜିନେସ ଏଚଆର ମୁଖ୍ୟ ଶ୍ରୀ ଶରତ କିଶୋର ପଣ୍ଡା ଧନ୍ୟବାଦ ପ୍ରଦାନ କରିବା ସହ ସମସ୍ତ ଅତିଥି, କାର୍ଯ୍ୟକ୍ରମ ପରିଚାଳନା କମିଟି ଏବଂ ସମସ୍ତ କାର୍ଯ୍ୟକର୍ତାଙ୍କୁ ଏହି ସଫଳ ଆୟୋଜନ ନିମନ୍ତେ ଗଭୀର କୃତଜ୍ଞତା ଜଣାଇ ଥିଲେ

Leave a Reply

Your email address will not be published. Required fields are marked *