ଅନୁଗୋଳ : ଓପିଜିନ୍ଦଲ ସ୍କୁଲ ପରିସରଗର ଛୋତ୍ର ସଂସଦପକ୍ଷରୁ ଦୁଇ ଦିନିଆ ପଦବୀ ପ୍ରଦୋନ ସମୋଗରୋହ ଅନୁଷ୍ଠିତ । ହୋଇଥିଲା ଛାତ୍ର ସଂସଦର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ବ୍ୟାଜ ଓ ବ୍ୟାଣ୍ଡ ଦିଆଯାଇ ସମ୍ମାନିତ କରାଯାଇଥିଲା l ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦେଶକ ଶ୍ରୀ ଦାମୋଦର ମିତ୍ତଲ ଛାତ୍ର ସଂସଦ ନୂତନ କର୍ମକର୍ତାଙ୍କୁ ସ୍ୱାଗତ କରିବା ସହ ଜୀବନର ପ୍ରତିଟି କ୍ଷେତ୍ର ରେ ପରିଶ୍ରମୀ,ନିଷ୍ଠ।ବାନ ଓ ସଚ୍ଚୋଟ ହେବା ପାଇଁ ପରାମର୍ଶ ଦେଇଥିଲେ। ସେ ମଧ୍ୟ ଛାତ୍ର ସଂସଦ ର କର୍ମକର୍ତା ମାନଙ୍କୁ ଶୃଙ୍ଖଳିତ,ସତର୍କ ଦାୟିତ୍ବସମ୍ପନ୍ନ ହେବ। ସହ ଦେଶର ସମ୍ବିଧାନ ପ୍ରତି ଅଙ୍ଗିକାର ବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ।ସମାରୋହର ପ୍ରଥମ ଦିବସରେ ବିଶିଷ୍ଟ ଶିକ୍ଷାବିତ ତଥା ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଶାନ୍ତନୁ କୁମାର ସର ଛାତ୍ର ସଂସଦର ସର ନୂତନ କର୍ମକର୍ତା ମାନଙ୍କୁ ନୀତିନିଷ୍ଠ ଓ ସାଧୁତାର ସହ କାର୍ଯ୍ୟ କରିବାକୁପରାମର୍ଶ ଦେଇଥିଲେ। ସ୍କୁଲର ଅଧ୍ୟକ୍ଷ ଶ୍ରୀ ଅତନୁ ରଥ ଛାତ୍ର ପ୍ରତିନିଧି ମାନଙ୍କୁ ଅଭିନନ୍ଦନ ଜଣାଇବ। ସହ ଚାରିଗୋଟି ଗୁଣାବଳୀ ମାନିବାକୁ ଉପଦେଶ ଦେଇଥିଲେ। ଲକ୍ଷ୍ୟ,ଯୋଜନା,ପ୍ରସ୍ତୁତି ଓ ଧର୍ଯ୍ୟ ଆଦି ସତ ଗୁଣାବଳୀ ଦ୍ୱାରା ସଫଳତାକୁ ଅନାୟାସରେ ହାସଲ କରିହେବ ବୋଲି ସେ ପ୍ରକାଶ କରିଥିଲେ। ଏସସିଇଆରଟିର ପୂର୍ବତନ ନିର୍ଦେଶକ ତଥା ଶିକ୍ଷାବିତ ଶ୍ରୀ ଧରଣୀଧର ନାଥ ସମାରୋହର ଦ୍ଵିତୀୟ ଦିବସରେ ଯୋଗ ଦେଇ ଛାତ୍ର ପ୍ରତିନିଧି ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିନ୍ଦଲ ମହିଳା ସମିତି ସଭାନେତ୍ରୀ ଶ୍ରୀମତୀ ଅନିତା ମିତ୍ତଲ ଛାତ୍ର ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନେ ସେମାନଙ୍କ ଦାୟିତ୍ୱ ସୁଚାରୁ ରୁପେ ନିର୍ବାହ କରିବାକୁ ପରାମର୍ଶ୍ଵ ଦେଇଥିଲେ। ସ୍କୁଲ ପ୍ରିନ୍ସିପାଲ ଶ୍ରୀ ରଥ ଛାତ୍ର ମାନଙ୍କୁ ପାଞ୍ଚଟି ଜିନିଷ ଉପରେ ଧ୍ୟାନ ଦେବାକୁ ଉପଦେଶ ଦେଇଥିଲେ। ପ୍ରବୃତ୍ତି,ଆତ୍ମ-ବିଶ୍ୱାସ,ସୃଜନଶୀଳତା,ଅଧ୍ୟବସାୟ,ସ୍ଫୁର୍ତୀ ଓ ଦକ୍ଷତା ଉପରେ ଛାତ୍ର ଛାତ୍ରୀ ମାନେ ଗୁରୁତ୍ୱ ଦେବାକୁ ସେ କହିଥିଲେ। ଶ୍ରୀ ରମଣ ରାଜ ଶ୍ରୀବାସ୍ତବ ଏବଂ ସୁଶ୍ରୀ ପି ଅନ୍ୱେଶା କିରଣ ସିନିଅର ସେକେଣ୍ଡାରୀ ବିଭାଗର ଯଥାକ୍ରମେ ହେଡ ବୟ ଓ ହେଡ ଗାର୍ଲ ରୂପେ ନିର୍ବାଚିତ ହୋଇଥିଲେ। ଶ୍ରୀ ରିୟାଂଶ ବଶିଷ୍ଠ ଓ ସୁଶ୍ରୀ ସୁକୀର୍ତି ପ୍ରଜ୍ଞା ନାୟକ ଯଥାକ୍ରମେ ହେଡ ବୟ ଓ ହେଡ ଗାର୍ଲ ରୂପେ ପ୍ରାଥମିକ ବିଭାଗର ଦାୟିତ୍ୱ ନେଇଥିଲେ। ସମସ୍ତ ନିର୍ବାଚିତ ଛାତ୍ର ପ୍ରତିନିଧି ମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ ନିର୍ବାହ କରିବାକୁ ଶପଥ ନେଇଥିଲେ।ଏହି ସମାରୋହରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ,ଷଷ୍ଠ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ର ଛାତ୍ରୀ,ଅଭିଭାବକ ଆଦି ଯୋଗଦାନ କରିଥିଲେ।