ହକି ଇଣ୍ଡିଆ ସଭାପତି ପାଇଁ ନାମାଙ୍କନ ଭରିଲେ ଦିଲ୍ଲୀପ ତିର୍କି

ଭୁବନେଶ୍ୱର: ହକି ଇଣ୍ଡିଆ ସଭାପତି ପାଇଁ ନାମାଙ୍କନ କଲେ ଦିଲ୍ଲୀପ ତିର୍କି । ପୂର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କି ନାମାଙ୍କନ ଭରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଦରିଛି । ଅକ୍ଟୋବର ୧ତାରିଖରେ ହେବ ହକି ଇଣ୍ଡିଆ ସଭାପତି ନିର୍ବାଚନ । ଅକ୍ଟୋବର ୯ତାରିଖ ସୁଦ୍ଧା ପ୍ରକ୍ରିୟା ଶେଷ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଦିଲ୍ଲୀପ ତିର୍କୀ ବର୍ତ୍ତମାନ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି। ସେପଟେ ବର୍ତ୍ତମାନ ହକି ଇଣ୍ଡିଆର ସଭାପତି ରହିଛନ୍ତି ନରିନ୍ଦର ବାତ୍ରା। ତାଙ୍କର କାର କାଳ ଖୁବ ଶୀଘ୍ର ସରୁଥିବାବେଳେ ଦିଲ୍ଲିପ ତିର୍କି ଏହି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦିଲ୍ଲୀପଙ୍କ ଅଧିନାୟକତ୍ୱରେ ଭାରତୀୟ ହକିଦଳ ଅନେକ ସଫଳତା ହାସଲ କରିଥିଲା।

Leave a Reply

Your email address will not be published. Required fields are marked *