ଭୁବନେଶ୍ୱର: ଓଡ଼ିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ‘ୟାସ୍’ର ତାଣ୍ଡବ ଯୋଗୁଁ ହୋଇଥିବା କ୍ଷତିର ଆକଳନ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଆସିଛନ୍ତି।

ପ୍ରଧାନମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରେ ଅବତରଣ କରି ଏକ ସମୀକ୍ଷା ବୈଠକ କରିବେ। ତା’ପରେ ସେ ଆକାଶ ମାର୍ଗରେ ବାଲେଶ୍ୱର, ଭଦ୍ରକ ଏବଂ ପୂର୍ବ ମେଦିନୀପୁରର ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକ ବୁଲି ଦେଖିବେ। । ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସାରିବା ପରେ ସେ ପଶ୍ଚିମବଙ୍ଗରେ ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିବେ ଏବଂ ସେଠାରେ ମଧ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ।ପରିଦର୍ଶନ ପୂର୍ବରୁ ଭୁବନେଶ୍ବରରେ ସ୍ଥିତି ନେଇ ସବିଶେଷ ସମୀକ୍ଷା କରିଛନ୍ତି ମୋଦୀ.