ଅନୁଗୋଳ : ଓ.ପି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲ ଜୀଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜେଏସପି ଫାଉଣ୍ଡେସନ୍ ଆନୁକୂଲ୍ୟରେ 7 ଅଗଷ୍ଟ ଠାରୁ ଅନୁଗୁଳରେ ଆରମ୍ଭ ହେବାକୁ ଯାଉଛି ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟ । Advertisement ୧୨ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଂଟଟି ଅନୁଗୁଳର ପିଟିସି ଗ୍ରାଉଣ୍ଡରେ ଅପରାହ୍ଣ ୩ଟାରେ ଖେଳାଯିବ । ଏହି ଟୁର୍ଣ୍ଣାମେଂଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ସମ୍ମାନଜନକ ଓ.ପି ଜିନ୍ଦଲ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଟୁର୍ଣ୍ଣାମେଂଟର ଉଦଘାଟନୀ କାଯ୍ୟକ୍ରମରେ ଆଇଜି ତଥା ପୋଲିସ୍ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଆଇପିଏସ୍ ସତ୍ୟବ୍ରତ ଭୋଇ, ଏଡିଏମ୍ (ଜେନେରାଲ) ପ୍ରତାପ ପ୍ରୀତିମୟ, ଏଡିମ୍ (ରାଜସ୍ୱ) ଶରତ ଚନ୍ଦ୍ର ମହପାତ୍ରଙ୍କ ସମେତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ଅନୁଗୁଳ ପ୍ଲାଂଟ୍ ମୁଖ୍ୟ ଶ୍ରୀ ପଙ୍କଜ ମଲହାନ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ 18 ଅଗଷ୍ଟରେ ଅନୁଷ୍ଟିତ ହେବ ଉଲ୍ଲେଖନୀୟ ଯେ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ସାରା ଦେଶର ପାଖାପାଖି ୩୦ ହଜାର ତୃଣମୂଳସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ପୃଷ୍ଠପୋଷକତା କରି ଆସୁଛି ।