୫ଲକ୍ଷ ଟଙ୍କା ଦେଇ ୨୫ ଲକ୍ଷ ଟଙ୍କା ସୁଧ ଆଦାୟ;ଜଣେ ଗିରଫ ।

ଅନୁଗୋଳ :ନିକଟରେ ଡିଲରଙ୍କଠାରୁ ସରକାରଙ୍କ ମାଗଣା ଚାଉଳ କାଟ୍ କରି ନିଲମ୍ବିତ ହୋଇଥିବା ଯୋଗାଣ ବିଭାଗର ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ସୁଶୀଲ ଅଗ୍ରୱାଲ ସୁଧ କାରବାରରେ ଗିରଫ ହୋଇଛନ୍ତି। ଜଣେ ଶିକ୍ଷକଙ୍କୁ ୫ଲକ୍ଷ ଟଙ୍କା ଦେଇ ୨୫ ଲକ୍ଷ ଟଙ୍କା ସୁଧ ଆଦାୟ ଅଭିଯୋଗରେ ରବିବାର ଅନୁଗୋଳସଦର ଥାନା ପୁଲିସ ତାଙ୍କୁ ଗିରଫ କରିଥିଲା । ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀଙ୍କ କହିବା ମୁତାବକ, ଛେଣ୍ଡିପଦା ଥାନା କଂପସଲା ହାଇସ୍କୁଲର ଶିକ୍ଷକ ବଂଶୀଧର ଦେହୁରୀ ଏହି ସୁଧ କାରବାର ନେଇ ଗତ ୧୨ତାରିଖ ରାତିରେ ଅଭିଯୋଗ କରିଥିଲେ। ବଂଶୀଧରଙ୍କ ଘର ଛେଣ୍ଡିପଦା ଥାନା ବାଗେଡିଆ ବଣିଆନଟି ସାହିରେ। ତିନି ବର୍ଷ ତଳେ ସୁଶୀଲଙ୍କଠାରୁ ଶିକ୍ଷକ ବଂଶୀଧର କୁଆଡ଼େ ୫ଲକ୍ଷ ଟଙ୍କା ସୁଧକୁ ଆଣିଥିଲେ। ଯାହା ପାଇଁ ସୁଧ ବାବଦକୁ  କୁଆଡେ ୨୫ଲକ୍ଷ ଟଙ୍କା ସେ ଦେଇ ସାରିଥିଲେ  । ଆହୁରି ସୁଧ ଟଙ୍କା ଶୁଝିବା ପାଇଁ  କାଳେ ଅନୁଗୋଳ ର ଲାଲ୍‌ମୋହନ ଦାସଙ୍କଠାରୁ କୁଆଡେ ସେ ୨ଲକ୍ଷ ଟଙ୍କା ନେଇଥିଲେ। ଏହା ବାବଦକୁ ୧୫ଲକ୍ଷ ୮୦ହଜାର ଟଙ୍କା ସୁଧ ମୂଳ ଦେବା ପାଇଁ ତାଙ୍କୁ ବଳ ପୂର୍ବକ ବାନ୍ଧି ଏକ କାଗଜରେ ଚୁକ୍ତି ପାଇଁ ଦସ୍ତଖତ ନିଆଯାଇଛି। ତୁରନ୍ତ ଟଙ୍କା ଫେରାଇବାକୁ ତାଙ୍କ ଉପରେ ଚାପ ପକା ଯାଉଥିଲା। ଏପରିକି ତାଙ୍କର କିଛି ସହଯୋଗୀ ତାଙ୍କ ସ୍କୁଲକୁ ଯାଇ ହତ୍ୟା ଧମକ ଦେବା ସହ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ଏଥିନେଇ ବଂଶୀଧର ଥାନାରେ ଅଭିଯୋଗ କରିବା ପରେ ଅନୁଗୋଳ ସଦର ଥାନା ପୋଲିସ ସୁଶୀଲ କୁ ଗିରଫ କରିଥିଲା । ଘଟଣାରେ ଆଉ କିଛି ଲୋକ ଫେରାର୍‌ ଥିବା ଥାନାଧିକାରୀ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।ସେପଟେ ଗିରଫ ପରେ ସୁଶୀଲ କୁ  କୁଆଡେ ଜାମିନ ମିଳିଥିଲା । ଆଜି ଏନେଇ ସେ ଏକେ ସାମ୍ବାଦିକ ସମ୍ମିଳନୀରେ ନିଜେ ପକ୍ଷ ରଖିବେ ବୋଲି ଶୁଣିବାକୁ ମିଳିଛି ।

Check: Satta Result

Leave a Reply

Your email address will not be published. Required fields are marked *