
ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରହିଟ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବିବାହ ଅନୁଷ୍ଠିତ ହୋଇଛି । ରିଲ ଲାଇଫରୁ ରିୟଲ୍ ଲାଇଫ ଯୋଡ଼ି ବନିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସିନେ-ପରଦାରେ ଦର୍ଶକ ଏହି ଯୋଡ଼ିଙ୍କୁ ବେଶ ପସନ୍ଦ କରିଥିବା ବେଳେ ଏବେ ବାସ୍ତବ ଜୀବନର ଦମ୍ପତି ପାଲଟିଛନ୍ତି ସବ୍ୟ-ଅର୍ଚ୍ଚିତା ।ଦୁହିଁଙ୍କ ବିବାହ ରାଜସ୍ଥାନର ଏକ ହେରିଟେଜ୍ ହୋଟେଲରେ ହେଉଥିବା ଚର୍ଚ୍ଚା ହେଉଛି।

ବିବାହ ନେଇ ସବ୍ୟସାଚୀ ଫେସ ବୁକ ରେ ପୋଷ୍ଟ କରିଥିବା ବେଳେ ଭଗବାନଙ୍କ ସହ ଲୋକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ତେବେ କେବେ, କେଉଁଠି ଓ କେତେବେଳେ ବାହାଘର ସମ୍ପର୍ଣ୍ଣ ହୋଇଛି ତାହାର ସବିଶେଷ ସୂଚନା ଦେଇନାହାନ୍ତି ସବ୍ୟର୍ଚ୍ଚିତା। ଗତକାଲି ପ୍ରିୱେଡିଂ ଫଟୋସୁଟ୍ ଭଳି ପ୍ରତୀୟମାନ ହେଉଥିବା ଫଟୋ ସହ ନୂଆଯାତ୍ରାକୁ ସଫଳ କରିବାକୁ ଲୋକଙ୍କ ଆଶୀର୍ବାଦ ଲୋଡ଼ିଥିଲେ ସବ୍ୟସାଚୀ । ସେ ଟୁଇଟ୍ କରି ଲେଖିଥିଲେ, ‘‘ସୁଖ ଓ ଦୁଃଖର ନାମ ଜୀବନ। ଅନେକ ଥର ଲାଗେ, ସବୁକିଛି ସରିଗଲା। ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା। ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ