Homeଓଡିଶାପୁଣିଥରେ ସୋନା ମହାପାତ୍ର ଗାଇଲେ ‘ଆହେ ନୀଳ ଶଇଳ’ । ପୁଣିଥରେ ସୋନା ମହାପାତ୍ର ଗାଇଲେ ‘ଆହେ ନୀଳ ଶଇଳ’ । May 27, 2021May 27, 2021THE SWARA ସ୍ଵର ବ୍ୟୁରୋ: ‘ଆହେ ନୀଳ ଶଇଳ’ ଭଜନ ଗାଇଛନ୍ତି ଗାୟିକା ସୋନା ମହାପାତ୍ର । ତେବେ ସେ ଏହି ସଂଗୀତକୁ ମାତୃଭୂମି ପାଇଁ ଉତ୍ସର୍ଗ କରିଛନ୍ତି । ପ୍ରାୟ ଦୁଇବର୍ଷ ତଳେ ସୋନା ମାହାପାତ୍ର ସାଲବେଗଙ୍କ ଦ୍ୱାରା ରଚିତ ଏହି ‘ଆହେ ନୀଳ ଶଇଳ ଭଜନ’ ଗାଇ ଚର୍ଚ୍ଚାକୁ ଆସିଥିଲେ । ଏହି ଭଜନକୁ ରିଲିଜ କରିବା ସହ ସେ କହିଛନ୍ତି ଏହି ଭଜନ ପ୍ରସ୍ତୁତ କରିବା ପାଇଁ ଦୀର୍ଘ ୭୨ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ମୋର ସବୁଠାରୁ ସୁନ୍ଦର ସଂଗୀତକୁ ଉପଭୋଗ କରନ୍ତୁ । ଏହା ମୋ ହୃଦୟକୁ ଶ୍ରଦ୍ଧାରେ ପରିପୂର୍ଣ୍ଣ କରିଦେଇଛି । ୧୭ ତମ ଶତାବ୍ଦୀର ଏହି କ୍ଲାସିକ ଭଜନର ଆଧୁନିକ ସଂସ୍କରଣ ସେହିମାନଙ୍କ ପାଇଁ ଉତ୍ସର୍ଗ ଯେଉଁମାନେ ଏହି କଠିନ ସମୟରେ ଜୀବନ ବଞ୍ଚାଇବାରେ ସାହାଯ୍ୟ କରୁଛନ୍ତି । ଏହି ପ୍ରାର୍ଥନା ସେମାନଙ୍କୁ ଏହି କଠିନ ସମୟରେ ଶାନ୍ତି ଏବଂ ଶକ୍ତି ପ୍ରଦାନ କରିପାରିବ । ସୂଚନାଯୋଗ୍ୟ, ସୋନା ୨୦୧୮ ମସିହାରେ ଆହେ ନୀଳ ଶଇଳ ଭଜନ ଗାଇଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । Advertisement
ପିଚୁ ଟ୍ୟାଙ୍କ ରେ ଗଞ୍ଜେଇ ଚାଲାଣ, ୩୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। କୋରାପୁଟ :ଗତରାତିରେ ରାୟପୁର-ବିଶାଖାପାଟଣା ରାସ୍ତାର କୁଟୁଗାଁ ଛକରୁ ସେମିଳିଗୁଡ଼ା ପୁଲିସ ବେଆଇନ ଭାବେ ପରିବହନ ହେଉଥିବା ପ୍ରାୟ ୩୪ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ କରିଛି।ପ୍ରାପ୍ତ…
ବ୍ୟାଟେରୀ ଚାଳିତ ସ୍କୁଟିରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ. ଅନୁଗୋଳ : ନାଲକୋ କୋଲୋନୀ ପରିସରରେ ଥିବା ପ୍ରଫୁଲ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଙ୍କ କ୍ୱାର୍ଟର ବି-୧୧୮୧ ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା…
NH ନଂ 55 ମରାମତି ଦାବି: ୨୩ ରେ ବସ୍ ମାଲିକ ସଂଘ ପକ୍ଷରୁ ପ୍ରତୀକ ଧର୍ମଘଟ। ଭୁବନେଶ୍ୱର : ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ଆସନ୍ତା ୨୩ ତାରିଖରେ ଅନୁଗୋଳ-ଭୁବନେଶ୍ବର ରୁଟ୍ରେ ୨୪ ଘଣ୍ଟିଆ ପ୍ରତୀକ ଧର୍ମଘଟ କରାଯିବ। ସେହିଦିନ ଅନୁଗୋଳ…