Homeଓଡିଶାପୁଣିଥରେ ସୋନା ମହାପାତ୍ର ଗାଇଲେ ‘ଆହେ ନୀଳ ଶଇଳ’ । ପୁଣିଥରେ ସୋନା ମହାପାତ୍ର ଗାଇଲେ ‘ଆହେ ନୀଳ ଶଇଳ’ । May 27, 2021May 27, 2021THE SWARA ସ୍ଵର ବ୍ୟୁରୋ: ‘ଆହେ ନୀଳ ଶଇଳ’ ଭଜନ ଗାଇଛନ୍ତି ଗାୟିକା ସୋନା ମହାପାତ୍ର । ତେବେ ସେ ଏହି ସଂଗୀତକୁ ମାତୃଭୂମି ପାଇଁ ଉତ୍ସର୍ଗ କରିଛନ୍ତି । ପ୍ରାୟ ଦୁଇବର୍ଷ ତଳେ ସୋନା ମାହାପାତ୍ର ସାଲବେଗଙ୍କ ଦ୍ୱାରା ରଚିତ ଏହି ‘ଆହେ ନୀଳ ଶଇଳ ଭଜନ’ ଗାଇ ଚର୍ଚ୍ଚାକୁ ଆସିଥିଲେ । ଏହି ଭଜନକୁ ରିଲିଜ କରିବା ସହ ସେ କହିଛନ୍ତି ଏହି ଭଜନ ପ୍ରସ୍ତୁତ କରିବା ପାଇଁ ଦୀର୍ଘ ୭୨ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ମୋର ସବୁଠାରୁ ସୁନ୍ଦର ସଂଗୀତକୁ ଉପଭୋଗ କରନ୍ତୁ । ଏହା ମୋ ହୃଦୟକୁ ଶ୍ରଦ୍ଧାରେ ପରିପୂର୍ଣ୍ଣ କରିଦେଇଛି । ୧୭ ତମ ଶତାବ୍ଦୀର ଏହି କ୍ଲାସିକ ଭଜନର ଆଧୁନିକ ସଂସ୍କରଣ ସେହିମାନଙ୍କ ପାଇଁ ଉତ୍ସର୍ଗ ଯେଉଁମାନେ ଏହି କଠିନ ସମୟରେ ଜୀବନ ବଞ୍ଚାଇବାରେ ସାହାଯ୍ୟ କରୁଛନ୍ତି । ଏହି ପ୍ରାର୍ଥନା ସେମାନଙ୍କୁ ଏହି କଠିନ ସମୟରେ ଶାନ୍ତି ଏବଂ ଶକ୍ତି ପ୍ରଦାନ କରିପାରିବ । ସୂଚନାଯୋଗ୍ୟ, ସୋନା ୨୦୧୮ ମସିହାରେ ଆହେ ନୀଳ ଶଇଳ ଭଜନ ଗାଇଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା ।
୨୦୨୪ ନିର୍ବାଚନ ପୂର୍ବରୁ ଭୋଟର ଆଇଡି ସଂଶୋଧନ କରିବାର ଶେଷ ସୁଯୋଗ, ଭୁବନେଶ୍ୱର,୨୭/୧୦: ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଶୁକ୍ରବାର(ଅକ୍ଟୋବର ୨୭) ଠାରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ…
ଶିକାରୀ ଗୁଳିରେ ଶିକାରୀ ମୃତ ଅନୁଗୋଳ: ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିଲେ। ସାଥୀ ଶିକାରୀ ଗୁଳିମାଡ଼ରେ ଆଉ ଜଣେ ଶିକାରୀଙ୍କ ମୃତ୍ୟୁ। ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଖମାର ଥାନା ରୋହିଲା…
ରାଉରକେଲାରେ ହେବ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଲେ ମୁଖ୍ୟମନ୍ତ୍ରୀ, ୪୯୧୫ କୋଟିର ପ୍ରକଳ୍ପ ଶିଳାନ୍ୟାସ ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ନିର୍ମାଣ…