ତାଳଚେର : ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଭାବେ ବରିଷ୍ଠ ବିଜେପି ନେତା ଯଯାତି ପଟ୍ଟନାୟକ ଙ୍କର ନାମ ରାଜ୍ୟ ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଘୋଷଣା କରିଛନ୍ତି |ଯଯାତି ପଟ୍ଟନାୟକ ଙ୍କର ନାମ ଘୋଷଣା ହେବା ପରେ ବିଜେପି ପକ୍ଷରୁ ତଥା ବିଭିନ୍ନ ମହଲ ରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ର ସୁଅ ଛୁଟିଛି |

ତାଙ୍କର ତାଳଚେର ସ୍ଥିତ ବାସଭବନ କୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ କାର୍ଯ୍ୟକର୍ତା ମାନେ ଆସି ଶୁଭେଚ୍ଛା ଜଣାଉଛନ୍ତି |ବିଜେପି ବ୍ରାହ୍ମଣୀ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଅଜୟ ସାହୁ ଙ୍କ ନେତୃତ୍ୱରେ ମଣ୍ଡଳ ର ବରିଷ୍ଠ କାର୍ଯ୍ୟକର୍ତା ମାନେ ନୂତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |ବରିଷ୍ଠ ନେତା ସୁଶାନ୍ତ ପ୍ରଧାନ, ଖଇରା ପ୍ରଧାନ, ହେମନ୍ତ ଘଡେଇ, ବାନାମ୍ବର ମହାନ୍ତି, ଦୀପକ ଗଡ଼ନାୟକ, ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |