ଶିକାର ପାଇଁ ତାର ବିଛାଉଥିବା ବେଳେ ମାଡି ବସିଲା ବନବିଭାଗ: ଦୁଇ ଶିକାରୀ ଗିରଫ,ବିଦ୍ୟୁତ୍ ତାର ଜବତ

ଛେଣ୍ଡିପଦା: ବିଦ୍ୟୁତ ତାର ବିଛାଇ ଶିକାର ପାଇଁ ଯୋଜନା କରୁଥିବା ବେଳେ ବନ ବିଭାଗ ଦ୍ଵାରା ଗିରଫ । ଶିକାରୀ ମାନେ ହେଲେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କସିଡିହ ଗାଁର । କସିଡିହ ସଂରକ୍ଷିତ ଜଙ୍ଗଲରେ ବାରହା ଶିକାର ପାଇଁ ଗାଁର ରବି ସାହୁ ଓ ବିସ୍ଵଧର ସାହୁ ଖୋଲା ତାର ବିଛାଇ ୧୧କେଭି ବିଦ୍ୟୁତ୍ରେ ସଂଯୋଗ କରୁଥିଲେ । ଖବର ପାଇଁ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଉଭୟଙ୍କୁ ମାଡି ବସିଥିଲେ ।

ରବି ସାହୁ ଓ ବିଶ୍ଵଧର ସାହୁ ବିଭାଗ ଗୃଫର କରି କୋର୍ଟ ଚାଳନ କରିଛି । ଏବଂ ଶିକାର ପାଇଁ ବ୍ୟବହାର କରୁଥିବା ବିଦ୍ୟୁତ ତାର କୁ ମଧ୍ୟ ଜବତ କରି ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *