ସ୍ଵର ବ୍ୟୁରୋ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ। ଏହି କାରଣରୁ ଶ୍ରଦ୍ଧାଳୁମାନେ ଭୋର ସାଢ଼େ ୫ଟା ପୂର୍ବରୁ ଡଙ୍ଗା ଭସାଇଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ଲୋକେ ମଧ୍ୟରାତ୍ରରୁ ଡଙ୍ଗା ଭସାଇଛନ୍ତି । ଏମିତିକି ଲୋକେ ରାତି ୨ଟାରୁ ଉଠି ସ୍ନାନାଦି ଶେଷ କରି ଘର ଆଗରେ, ଚଉରାମୂଳେ ମୁରୁଜ ପକାଇ ପୂଜାର୍ଚ୍ଚନା ସାରି ଡଙ୍ଗା ମଧ୍ୟ ଭସାଇଛନ୍ତି ।
ଚନ୍ଦ୍ରଗ୍ରହଣ ଲାଗି ସକାଳୁ ଦେବନୀତି ନିଷେଧ ଥିବାକୁ ଏହା ପୂର୍ବରୁ ବୋଇତ ବନ୍ଦାଣ ସହ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ବୋଇତ ବନ୍ଦାଣ ପାଇଁ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ବିଭିନ୍ନ ନଦୀ, କେନାଲ୍ ଓ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିବାର ଦେଖିବାକୁ ମିଳିଛି ।