ଅନୁଗୋଳ: ଅନୁଗୋଳ ର ସ୍ଵେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ଫାଉଣ୍ଡେସନ ଆନୁକୁଲ୍ୟରେ ନିଜସ୍ୱ ଅନୁଷ୍ଠାନ ଶ୍ରୀ ରାମଚନ୍ଦ୍ର ବେଦ ପାଠଶାଳା ରେ ପ୍ରତି ବର୍ଷ ଭଳି ଏଇ ବର୍ଷ ମଧ୍ଯ ଏକ ସାମୁହିକ ନିଶୁଳ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇ ଯାଇଚି।ଫାଉଣ୍ଡେସନ ର ଅଧ୍ଯକ୍ଷା ବିନୋଦିନୀ ସାହୁ, ସଚିବ ସୌରି ରଂଜନ ପଣ୍ଡା, ସ୍ଥାୟୀ ସଦସ୍ୟ ଦୀପ୍ତି ରଞ୍ଜନ ଦାଶ ଙ୍କ ନେତୃତ୍ବରେ ସମାଜ ର ତିନି ବର୍ଣ୍ଣ ରୁ ତଥା ବ୍ରାହ୍ମଣ, କ୍ଷେତ୍ରୀୟ, ବୈଶ୍ୟ ମାନଙ୍କର ସାମୁହିକ ବ୍ରତୋପନୟନ ବ୍ୟବସ୍ତା କରିବା ସହ ସନାତନ ଧାର୍ମିକ ବ୍ୟବସ୍ଥା ସୁଦୃଢ କରିବା ଏହା ଏକ ପ୍ରୟାସ ଫାଉଣ୍ଡେସନ ର ଛୋଟ ପ୍ରଚେଷ୍ଟା।
ନିଶୁଳ୍କ ବ୍ରତୋପନୟନ ରେ ବିଭିନ୍ନ ବର୍ଣ୍ଣ ରୁ ୬ ଜଣ ବ୍ରହ୍ମଚାରୀ ବ୍ରତୋପନୟନ ଭାଗ ନେଇ ଥିବା ବେଳେ ପଣ୍ଡିତ ରାମଚନ୍ଦ୍ର କର, ପଣ୍ଡିତ ବିଷ୍ଣୁପ୍ରସାଦ କର, ପଣ୍ଡିତ ଉତ୍ତମ ପାଣ୍ଡେ, ପଣ୍ଡିତ ଶୁଭଜୀତ ଦୀକ୍ଷିତ ପଣ୍ଡିତ ସତ୍ୟନାରାୟଣ ଦାଶ ପଣ୍ଡିତ ବ୍ରଜକିଶୋର ପଣ୍ଡା ପରିଚାଳନା କରି ଥିବା ବେଳେ ପ୍ରଧାନାଚାର୍ଯ୍ଯ ପଣ୍ଡିତ ଅଶ୍ଵିନି କୁମାର ପଣ୍ଡା ନେତୃତ୍ବରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ ହୋଇ ଥିଲା. ସଂଗଠନ ମାର୍ଗଦର୍ଶକ ପଣ୍ଡିତ ମହେଶ ସାହୁ, ଆଦିତ୍ୟ ବାହିନୀ ର ଜିଲ୍ଲା ସଭାପତି ଶ୍ରୀ ଲଲିତ ଦାଶ ଅନ୍ୟାନ୍ୟ ସଦସ୍ୟ ଏବଂ ବୁଦ୍ଧିଜୀବି ଏହି କାର୍ଯ୍ୟକ୍ରମ ରେ ସାମିଲି ହୋଇ ଥିଲେ.





