ନବୀନ ନିବାସରେନବୀନ ମମତା ଭେଟଘାଟ : ନବୀନ ଜଣେ ବଡ଼ ନେତା କହିଲେ ମମତା।

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ସାକ୍ଷାତ କରିଛନ୍ତି । ଆଜି ଦୁଇଦିନିଆ ପୁରୀ ଗସ୍ତ ସମାପନ କରି ସେ ସଡକପଥରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ନବୀନ-ମମତା ସାକ୍ଷାତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ମମତାଙ୍କୁ ଶ୍ରୀଜିଉଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିଥିଲେ ନବୀନ ପଟ୍ଟନାୟକ। ଏହା ସହ ମମତାଙ୍କୁ ତିନି ରଥର ରୂପାର ତିନୋଟି ପ୍ରତିକୃତି ଓ ଛେନାପୋଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିଲେ। ତେବେ ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିଲା ବୋଲି ନବୀନ  କହିଥିଲେ। ଆମ ଭିତରେ ବହୁତ ପୁରୁଣା ବନ୍ଧୁତ୍ୱ, ସୁନ୍ଦର ସଂପର୍କ ରହିଛି।  ଏହା ସୌଜନ୍ୟମୂଳକ ସାକ୍ଷାତ, କିଛି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚର୍ଚ୍ଚା ହୋଇନି ବୋଲି ନବୀନ କହିଛନ୍ତି।  ମମତା ପୁରୀ ଗସ୍ତରେ ଆସିଥିବାରୁ ମୁଁ ବହୁତ ଖୁସି ବୋଲି ନବୀନ କହିଥିଲେ।

Leave a Reply

Your email address will not be published. Required fields are marked *