ରାତି ସାଢେ ୮ଟା ସୁଦ୍ଧା ଖାଲି ହେବ ଶ୍ରୀମନ୍ଦିର ।

ପୁରୀ: ରାଜ୍ୟରେ ଆଜିଠାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାଜ୍ୟରେ କରୋନା ସଂକ୍ରମଣକୁ ଦଷ୍ଟିରେ ରଖି ୨୦ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଘୋଷଣା କରାଯାଇଛି । ତେବେ ପୁରୀ ସହରରେ ନାଇଟ କର୍ଫ୍ୟୁକୁ କଡା଼କଡ଼ି କରିବା ପାଇଁ ପ୍ରସ୍ତୁତି ଭିତରେ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା।

ରାତି ୮ଟାରେ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଥିବା ସ୍ୱତନ୍ତ୍ର ବ୍ୟାରିକେଡକୁ ସିଲ କରାଯିବ। ରାତି ସାଢେ ୮ଟା ସୁଦ୍ଧା ଶ୍ରୀମନ୍ଦିରରୁ ଭକ୍ତ ମାନଙ୍କୁ ଖାଲି କରାଯିବ। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ସେପଟେ ଆସନ୍ତା ସପ୍ତାହରୁ ଶ୍ରୀମନ୍ଦିରରେ ଶନିବାର ଓ ରବିବାର ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *