ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ କରୋନା ଟିକା ଦିଆଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କୋଭିଡ-୧୯ ଟିକାକରଣର ୩ୟ ପର୍ଯ୍ୟାୟକୁ ମଂଜୁରୀ ଦିଆଯାଇଛି । ଏହି ପର୍ଯ୍ୟାୟରେ କରୋନା ଟିକାର ମୂଲ୍ୟ ନିର୍ଦ୍ଧାରଣ, କ୍ରୟ, ବୟସସୀମା ଆଦିକୁ କୋହଳ କରାଯାଇଛି ।

Advertisement

ଅନ୍ୟପକ୍ଷରେ ଟିକା କମ୍ପାନିମାନେ ଯେପରି ଟିକା ଉତ୍ପାଦନ ବଢାଇପାରିବେ ସେଥିପାଇଁ ସରକାର ସେମାନଙ୍କୁ ପ୍ରେତ୍ସାହନ ଦେବେ । ସେହିପରି କମ୍ପାନିମାନେ ନିଜର ଉତ୍ପାଦନର ୫୦ ପ୍ରତିଶତ ସିଧାସଳଖ ରାଜ୍ୟମାନଙ୍କୁ ଓ ଖୋଲାବଜାରରେ ବିକ୍ରି କରିପାରିବେ । ସେହିପରି ରାଜ୍ୟ ସରକାରମାନେ ସିଧାସଳଖ କମ୍ପାନିମାନଙ୍କଠାରୁ ଟିକା କିଣିପାରିବେ ଓ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦେବାପାଇଁ ନିଷ୍ପତ୍ତି ନେଇପାରିବେ ।  ଅନ୍ୟପକ୍ଷରେ ଅଗ୍ରାଧିକାର ବର୍ଗର ଲୋକମାନଙ୍କୁ ପୂର୍ବପରି ମାଗଣାରେ ଟିକା ଦିଆଯିବ ।

Leave a Reply

Your email address will not be published. Required fields are marked *