କୋଭିଡ୍ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଓ ଚିକିତ୍ସା ଉପକରଣକୁ ବେଆଇନ୍ ଭାବେ ଗଚ୍ଛିତ ରଖିବା ସହ କଳାବଜାରୀ ବିରୋଧରେ ରାଜ୍ୟ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରଥମ ଦିନରେ ଫ୍ଲାଇ˚ ସ୍କ୍ବାଡ୍ର ଏକ ମିଳିତ ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଔଷଧ ଡିପୋରେ ଚଢଉ କରିଛି। ଔଷଧ ଡିପୋରେ ଥିବା ସମସ୍ତ ରେକର୍ଡକୁ ଅନୁଧ୍ୟାନ କରାଯିବା ସହ ବିଭିନ୍ନ ହସ୍ପିଟାଲ ଏବ˚ ଅନ୍ୟାନ୍ୟ ସ˚ସ୍ଥାକୁ ବଣ୍ଟନ କରାଯାଉଥିବା ଔଷଧ ଏବ˚ ଷ୍ଟକ୍ ଏଣ୍ଟ୍ରି ସମ୍ପର୍କରେ ଯାଞ୍ଚ କରାଯାଇଛି। ଏଥିସହ କୋଭିଡ୍-୧୯ ଔଷଧ ବଣ୍ଟନ ବ୍ୟବସ୍ଥା, ଔଷଧ ବିତରକ ଏବ˚ ମେଡିକାଲ ଡିପୋର ସମସ୍ତ ତଥ୍ୟ ସ˚କ୍ରାନ୍ତରେ ପ୍ରତିଦିନ ଅପ୍ଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, କୋଭିଡ୍ ଔଷଧ କଳାବଜାରୀ ରୋକିବାକୁ କ୍ରାଇମ୍ବ୍ରାଞ୍ଚର ଅତିରିକ୍ତ ଡିଜି ଯଶୋୱନ୍ତ ଜେଠୱା, ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଏବ˚ ଡ୍ରଗ୍ସ କଣ୍ଟ୍ରୋଲର୍ଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଏହାସହ କୌଣସି ସ୍ଥାନରେ କଳାବଜାର ହେଉଥିବା ଖବର ପାଇଲେ ଚଢଉ କରାଯିବା ସହ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।