ଟିକାକରଣ ପାଇଁ ସରକାର ତତ୍ପର, ଚାରି ମାସରେ ଟୀକା କିଣା

ଭୁବନେଶ୍ବର: ଟିକାକରଣ ପାଇଁ ସରକାର ତତ୍ପର । ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମାହାମାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ଭ୍ୟାକସିନ କାର୍ଯ୍ୟକ୍ରମକୁ ତ୍ବରାନିତ କରିବା ପାଇଁ କ୍ୟାବିନେଟରେ ଗ୍ଲୋବାଲ ଟେଣ୍ଟର ପକ୍ରିୟା କାର୍ଯ୍ୟକ୍ଷମ କରାଯାଇଛି । ଏନେଇ ୱେବସାଇଟ ଜରିଆରେ ସୂଚନା ମଧ୍ୟ ଦିଆଯାଇଛି । ରାଜ୍ୟରେ ସମସ୍ତଙ୍କୁ ଟିକା ପ୍ରଦାନ କରିବା ରାଜ୍ୟ ସରକାରଙ୍କ ପ୍ରଧାନ୍ୟ ଲକ୍ଷ । ବିଡିଙ୍ଗ ଡକା ଯାଇଛି, ଯେଉଁ କମ୍ପାନୀମାନେ ଟିକା ପ୍ରଦାନ କରିବେ ସେମାନେ ଯୋଡ଼ି ହେବେ ବୋଲି କହିଛନ୍ତି ସୁରେଶ ମହାପାତ୍ର ।

ରାଜ୍ୟରେ ଭାକ୍ସିନେସନ ପାଇଁ ଏକ କମିଟି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ଖ୍ୟାତନାମା ଡାକ୍ତର ଏବଂ ବୈଜ୍ଞାନିକ ରହିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟରେ କଣ ଆବଶ୍ୟକତା ରହିଛି, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସ୍ଥିତିରେ ସୁଧାର ଆଣିବା ପାଇଁ ବିଶେଷତ ଏହି ଟିମ ସରକାରଙ୍କୁ ପରାମର୍ଶ ଦେବେ । କୋଭିଡ ସଂକ୍ରମଣ ନେଇ ବାର୍ତ୍ତା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କରୋନା ମୁକାବିଲାରେ ରାଜ୍ୟବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟର ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ । ଗତ କିଛି ଦିନ ତଳେ କ୍ୟାବିନେଟରେ ଟିକା କିଣିବାକୁ ଗ୍ଲୋବାଲ ଟେଣ୍ଡରକୁ ଅନୁମୋଦନ ମିଳିଥିଲା । ରାଜ୍ୟବାସୀଙ୍କୁ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇଦେବାକୁ ଗତକାଲି ଔଷଧ ନିଗମ ପକ୍ଷରୁ ଗ୍ଲୋବାଲ ଟେଣ୍ଡର କରାଯାଇଛି ।

Leave a Reply

Your email address will not be published. Required fields are marked *