ଆସନ୍ତା ୧୦ ତାରିଖରେ ବର୍ଷର ପ୍ରଥମ ତଥା ଶେଷ ବଳୟ ସୂର୍ଯ୍ୟପରାଗ .

ଭୁବନେଶ୍ୱର : ଆସନ୍ତା ଜୁନ ୧୦ ତାରିଖରେ ଚଳିତ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟ ପରାଗ ସଂଗଠିତ ହେବ। ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ସବିଶେଷ ସୂଚନା ଦିଆଯାଇଛି। ଭାରତୀୟ ସମୟ ପ୍ରାୟ ମଧ୍ୟାହ୍ନ ୧ଟା ୪୨ରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ମିନିଟରେ ଶେଷ ହେବ। ଅପରାହ୍ନ ୪ଟା ୧୧ ମିନିଟ ସମୟରେ ଏହା ସର୍ବାଧିକ ଭାବେ ଦୃଶ୍ୟମାନ ହେବ ବୋଲି ପ୍ଲାନେଟୋରିୟମ ସୂତ୍ରରୁ ଜଣାପଡ଼ିଛି। ତେବେ ଭାରତର କେବଳ ଜମ୍ମୁ କଶ୍ମୀରର ଖୁବ୍‍ କମ ଅଞ୍ଚଳରେ ଅର୍ଥାତ୍‍ ୧୦ ପ୍ରତିଶତରୁ କମ୍‍(ଆଂଶିକ) ପରାଗ ଦେଖାଦେବାକୁ ଥିବାବେଳେ ଓଡ଼ିଶାରେ ଏହା ଆଦୌ ଦୃଶ୍ୟମାନ ହେବ ନାହିଁ। ୧୦ ତାରିଖରେ ଏହି ବଳୟ ସୂର୍ଯ୍ୟ ପରାଗ ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଓ ରୁଷିଆର କେତେକ ସ୍ଥାନରେ ଦେଖାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ଭାରତରେ ପରବର୍ତ୍ତୀ ସୂର୍ଯ୍ୟ ପରାଗ ଆସନ୍ତା ୨୦୨୨ ମସିହା ଅକ୍ଟୋବର ମାସ ୨୫ ତାରିଖରେ ଦୃଶ୍ୟମାନ ହେବ।

Advertisement

Leave a Reply

Your email address will not be published. Required fields are marked *