ଫୁଟିଲା କିନ୍ନରଙ୍କ ମୁହଁରେ ହସ, କିନ୍ନରଙ୍କୁ ସହାୟତା ଦେଲା FES ।

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ କରୋନା କଟକଣା ଯୋଗୁ ୩ହଜାରରୁ ଅଧିକ କିନ୍ନର ଭୋକ ଉପାସରେ ଥିବା ଜାଣିବା ପରେ ସେମାନଙ୍କୁ ବିଭିନ୍ନ ଆଡୁ ସହାୟତାର ସୁଅ ଛୁଟୁଛି। ଆଜି ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରୀଟି ଅନୁଷ୍ଠାନ ତରଫରୁ କିନ୍ନର ମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଅସୁବିଧାରେ ଥିବା ସମସ୍ତ କିନ୍ନରଙ୍କୁ ସହାୟତା ଦିଆଯିବ ବୋଲି ଅନୁଷ୍ଠାନ ସ୍ଥିର କରିଛି।

Advertisement

ଆଜି ପ୍ରାଥମିକ ପର୍ଯ୍ୟାୟରେ ସହରରେ ରହୁଥିବା ୬୫ଜଣ କିନ୍ନରଙ୍କୁ ଚାଉଳ, ଡାଲି, ଚୁଡା, ତେଲ, ଚିନି, ବିଭିନ୍ନ ପ୍ରକାର ମସଲା ଓ ଆଳୁ ପିଆଜ ଆଦି ପ୍ରଦାନ କରାଯାଇଛି। ଏଥିସହ ପ୍ରତ୍ୟକଙ୍କୁ ଗୋଟିଏ ଲେଖାଏଁ ଶାଢ଼ୀ ମଧ୍ୟ ଦିଆ ଯାଇଛି। ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥି ଯୋଗ ଦେଇ ଏହି କାର୍ଯ୍ୟର ଆରମ୍ଭ କରିଥିଲେ। ବର୍ତମାନ ସମୟରେ ଦିଆଯାଇଥିବା ସାମଗ୍ରୀ ରେ ସେମନେ ପ୍ରାୟ ୧ ମାସ ପର୍ଯ୍ୟନ୍ତ  ଖାଇ ପିଇ ବଞ୍ଚି ପାରିବେ। ଏହି ସହାୟତା ପାଇ କିନ୍ନର ମାନେ  ସହାୟତା ଦେଇଥିବାରୁ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରୀଟି ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *