ଘୋଷଯାତ୍ରା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୁଲିସ ଡିଜି ଅଭୟ ।

ପୁରୀ: ପୁରୀଗସ୍ତରେ ଯାଇ ପୁଲିସ ଡିଜି ଅଭୟ ହେବାକୁ ଥିବା ଚଳିତ ବର୍ଷ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁଲିସ କାମ କରୁଥିବା କହିଛନ୍ତି ପୁଲିସ ଡିଜି । ଗତବର୍ଷ ଘୋଷଯାତ୍ରାରେ ପୁରୀବାସୀଙ୍କ ସହଯୋଗ ମିଳିଥିଲା । ଚଳିତ ବର୍ଷ ମଧ୍ୟ ପୁରୀବାସୀଙ୍କ ସହାୟତା ଲୋଡିଛନ୍ତି ପୁଲିସ ଡିଜି । କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । କେତେ ପୁଲିସ ନିୟୋଜିତ ହେବେ ୨/୩ଦିନରେ ସ୍ପଷ୍ଟ ହେବ ।

ଘରେ ରୁହନ୍ତୁ, ମୋବାଇଲ ଓ ଟିଭିରେ ଭଗବାନଙ୍କୁ ଦର୍ଶନ କରନ୍ତୁ ବୋଲି କହିଛନ୍ତି ଶ୍ରୀ ଅଭୟ । ସରକାରଙ୍କ ରଥଯାତ୍ରା ଗାଇଡଲାଇନ ପାଳନ୍ତୁ ପୁରୀବାସୀ । ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଇନ ଶୃଙ୍ଖଳା ଏଡିଜି ମଧ୍ୟ ସାମିଲ ଥିଲେ । ପୁରୀ ଏସପି ଓ ବରିଷ୍ଠ ଅଧିକାରୀ , ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *