ସର୍ବସାଧାରଣଙ୍କ ପାଇଁ ଆସନ୍ତାକାଲିଠାରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶ୍ରଦ୍ଧାଳୁମାନେ କାଲିଠୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। କୋରୋନା ଯୋଗୁଁ ତିନି ମାସରୁ ଅଧିକ ସମୟ ବନ୍ଦ ରହିଥିଲା ଶ୍ରୀମନ୍ଦିର ।

ଏହି ମାସ ୧୬ତାରିଖରୁ ୨୦ ତାରିଖ ଯାଏଁ କେବଳ ପୁରୀ ସହରର ବାସିନ୍ଦା ଦିଅଁ ଦର୍ଶନ କରିଥିଲେ । ଗତକାଲି ଓ ଆଜି ସପ୍ତାହାନ୍ତ ସଟ୍‌ଡାଉନ ଯୋଗୁଁ ମନ୍ଦିର ବନ୍ଦ ରହିଛି । ଆସନ୍ତାକାଲିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । କୋଭିଡ କଟକଣା ମାନି ଭକ୍ତମାନେ ଦିଅଁ ଦର୍ଶନ କରିବେ । ସକାଳ ୭ଟାରୁ ସଂଧ୍ୟା ୭ ଯାଏଁ ଭକ୍ତମାନେ ଦର୍ଶନ କରିପାରିବେ । ଭକ୍ତମାନେ କୋଭିଡ ଆରଟିପିସିଆର୍ ନେଗେଟିଭ ରିପୋର୍ଟ ବା ଦୁଇଟି ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବେ । ପର୍ବପର୍ବାଣୀ ଦିନ ଭକ୍ତମାନଙ୍କୁ ମନ୍ଦିରକୁ ଛଡା ଯିବ ନାହିଁ । ପରବର୍ତ୍ତୀ ଆଦେଶ ଯାଏଁ ମନ୍ଦିର ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ । ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ଓ ୮ଟି କିଓସ୍କୋ ସ୍ଥାପନ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ ମୁତୟନ ହେବେ।

Leave a Reply

Your email address will not be published. Required fields are marked *