ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ମିଳିବ ନ୍ୟାୟ। ନ୍ୟାୟ ଦେବାକୁ ବଦ୍ଧପରିକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓବିସିଙ୍କୁ ନ୍ୟାୟ ପାଇଁ ଲଢେଇରେ ସାମିଲ ହେବାକୁ ସବୁ ଦଳ ଓ ସଂଗଠନକୁ ଆହ୍ୱାନ ଦେଲା ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ସାହୁ ଏହି ଆହ୍ୱାନ ଦେଇଛନ୍ତି। କହିଛନ୍ତି, ପଛୁଆ ବର୍ଗଙ୍କ ଯୋଜନା ପୂର୍ବରୁ ସେମାନଙ୍କ ସଂଖ୍ୟା ଜାଣିବା ଦରକାର। କେନ୍ଦ୍ର ମନା କଲା ପରେ ଜାନୁଆରୀ କ୍ୟାବିନେଟ ବୈଠକରେ ଜାତିଭିତ୍ତିକ ଜନଗଣନା ପାରିତ ହୋଇଥିଲା। ଓବିସି କମିଶନ ଗଠନ ହେଲା। ଓବିସି ଜନସଂଖ୍ୟାରୁ ଅଧେ। ହେଲେ ଅଧା ସଂରକ୍ଷଣ ବି ମିଳିନି। କାରଣ ୫୦ ପ୍ରତିଶତ ସଂରକ୍ଷଣ ନିୟମ ଅଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପଛୁଆ ବର୍ଗ ୯୪ ପ୍ରତିଶତ। ତେଣୁ ଅନ୍ୟ ରାଜ୍ୟ ସହ ତୁଳନା ଠିକ ନୁହେଁ।ଏହି ସଂରକ୍ଷଣ ସୀମା ଉଠାଇବା ସମୟର ଆହ୍ୱାନ। ସଂସଦରେ ପ୍ରାୟ ସବୁ ଦଳ ଏହି କଥା ଉଠାଇଛନ୍ତି। ୨୦୨୧ରେ ଜନଗଣନା ଅଛି। ତେଣୁ ସ୍ୱର ଆହୁରି ଉଠିଲାଣି। ବିଜେଡି ସାଂସଦମାନେ ଏ ଦିଗରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟିଥିଲେ। ଅନ୍ୟ ମୁଖ୍ୟମନ୍ତ୍ରୀ ବି ନବୀନ ପଟ୍ଟନାୟକଙ୍କୁ ସମର୍ଥନ କଲେଣି। ଏପରିକି ବିଜେପି ମେଣ୍ଟ ଦଳ ବି ନବୀନଙ୍କ ସହ ସ୍ୱର ମିଶାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ବି ସମର୍ଥନ ଦେଇଛନ୍ତି
Related Posts
ଓଡ଼ିଶାର ପ୍ରଜ୍ଞାପନ ମେଢ଼ କୁ ମିଳିଲା ପ୍ରଥମ ପୁରସ୍କାର,ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଦର୍ଶକଙ୍କ ମୋହିଥିଲା ମନ
ଭୁବନେଶ୍ବର: ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଜି ନୂଆଦିଲ୍ଲୀରେ…
୨୦୨୧-୨୨ କେନ୍ଦ୍ରୀୟ ବଜେଟ , ଶସ୍ତା ହେବ ସୁନା ଓ ରୂପା !
ନୂଆ ଦିଲ୍ଲୀ-: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ପ୍ରସ୍ତାବରେ ଅର୍ଥମନ୍ତ୍ରୀ ସୀତାରମଣ…
ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି ଅଭୟ ।
ପୁରୀ: ରାତି ପାହିଲେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା କଟକଣା ମଧ୍ୟରେ ମାଉସୀ ଘରକୁ ବୁଲିବାପାଇଁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ଚଳିତ ରଥଯାତ୍ରାକୁ ଶାନ୍ତି…