ନିର୍ମାଣ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ,ସେବାୟତ ଙ୍କୁମିଳିବ ଘର, ପରିଚାଳନା ବୈଠକରେ ନିଷ୍ପତ୍ତି

ପୁରୀ : ଶ୍ରୀମନ୍ଦିର ସେବାୟତ ମାନଙ୍କୁ ଘର ମିଳିବ। ପ୍ରାଥମିକ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ଘର ମିଳିବ। ଏନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସୂଚନା ଦେଇଛନ୍ତି। ଏହାଛଡା ପ୍ରତି ସେବାୟତଙ୍କୁ ଘର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ସେବାୟତ ଚାହିଁଲେ ନିଜ ଖର୍ଚ୍ଚରେ ମଧ୍ୟ ଘରକୁ ଆହୁରି ବଢାଇପାରିବେ। ପରିବାର ପିଛା ୬ ଶହ ବର୍ଗଫୁଟ ଜମି ମିଳିବ। ୮ ଏକର ଜମିରେ ନିର୍ମାଣ ହେବ ସେବାୟତଙ୍କ ଘର।

ସେହିଭଳି ପୁରୀରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ ହେବ। ପରିଚାଳନା କମିଟି ଅଧୀନରେ ସୋସାଇଟି ଗଠନ ହେବ। ଶ୍ରୀମନ୍ଦିର ଗୁରୁକୁଳ ଫଣ୍ଡ ଗଠନ ହେବ। ଫଣ୍ଡ ମାଧ୍ୟମରେ ଗୁରୁକୁଳର ବିକାଶ କରାଯିବ। ୧୭ ଏକର ଜମି ମାଟିତୋଟାରେ ଗୁରୁକୁଳ ପାଇଁ ବ୍ୟବହାର ହେବ। ଗଜପତି ମହାରାଜା ସୋସାଇଟିର ଚେୟାରମ୍ୟାନ ରହିବେ। ଗୋଟିଏ ସଂସ୍ଥା ସହ ଗୁରୁକୁଳ ପାଇଁ ଏମଓୟୁ ହେବ। ଆଦର୍ଶ ଗୁରୁକୁଳ ପାଇଁ ଓଡିଶା ସରକାର ସମସ୍ତ ଖର୍ଚ୍ଚ କରିବେ। ଏହି ପ୍ରକଳ୍ପରେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ।ଏହାବାଦ୍‌ ଶ୍ରୀମନ୍ଦିର ରକ୍ଷାଣବେକ୍ଷଣ ପାଇଁ ୫ ବର୍ଷିୟା ପ୍ଲାନିଂ ହେବ। ଏହା ବାବଦରେ ଏଏସ୍‌ଆଇ ଠାରୁ ପ୍ଲାନ ଆହ୍ଵାନ କରାଯିବ। ମନ୍ଦିର ପ୍ରଶାସନ ସହ ମିଶି ଏଏସ୍‌ଆଇ ମନ୍ଦିର ରକ୍ଷାଣବେକ୍ଷଣ ନେଇ ନିଷ୍ପତ୍ତି ନେବ। ରକ୍ଷଣାବେକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦେବେ। ରଥଯାତ୍ରା ପରେ ରଥର ଚକକୁ ମାଗଣାରେ ଯୋଗାଇ ଦିଆଯିବ। ଏନେଇ ସବକମିଟିକୁ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *