ଅନୁଗୋଳ-ତାଳଚେର ମଧ୍ୟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ: ୧୨ ଟ୍ରେନ୍ ବାତିଲ, ୮ଟି ଟ୍ରେନର ବଦଳିଲା ଗତିପଥ

ଅନୁଗୋଳ ଜିଲାର ତାଳଚେର ରୋଡ ଷ୍ଟେସନ ଠାରୁ  ଅଳ୍ପ ଦୂରରେ ସମ୍ବଲପୁର ରେଳ ପଥର ଭୋଗବେରଣୀ ପଞ୍ଚାୟତ କୁସପଙ୍ଗି ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏକ  ଇଞ୍ଜିନ ସମେତ ୧୦ ବଗି ଲାଇନ ଚ୍ୟୁତ ହୋଇଛି । ଗହମ ବୋଝେଇ ଟ୍ରେନଟି ପ୍ରାୟ ୬୦ରୁ ଅଧିକ ବଗି ନେଇ ଖୋର୍ଦ୍ଧା ଷ୍ଟେସନ ଯାଉଥିବ ବେଳେ  ଗତ କାଲି ବିଳମ୍ବିତ ରାତି ପ୍ରାୟ ୨ ପରେ  ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କୁଶପଙ୍ଗି ଦେଇ ଯାଇଥିବା ରେଙ୍ଗାଲି ବାମ କେନାଲ ର ବ୍ରିଜ କଡର ମାଟି ଧୋଇ  ଯିବାରୁ  ଏହି ଦୁର୍ଗାଟଣା ଘଟିଛି । ଏଥିରେ ୧୦ରୁ ଅଧିକ ବଗି ଭାଙ୍ଗି ଚୁରମାର ହେବା ସହ କେତୋଟି ବଗି ସୃଷ୍ଟି ହୋଇଥିବା ଗାଈ ଭିତରକୁ ପଶି ଯାଇଛି। ଗୋଟିଏ ବିଦ୍ୟୁତ ଚାଳିତ ଇଂଜିନ ମଧ୍ୟ ଭାଙ୍ଗି ଯାଇଛି। ଏହା ଭୁବନେଶ୍ଵର ରୁ ସମ୍ବଲପୁର ମୁଖ୍ୟ ରେଳ ପଥ ଥିବାରୁ ଏକ୍ସପ୍ରେସ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ପରିସ୍ଥିତି ସ୍ୱାଭାବିକ କରିବାକୁ ଜୋରଦାର ଉଦ୍ୟମ ଚାଲିଛି। ରେଳ ବିଭଗ ଅଧିକାରୀ ମାନେ ପରିସ୍ଥିତି  ନଜର ଦେବା ସହ ଉଧାର କାର୍ଯ୍ୟ ଜାରି ରଖିଛନ୍ତି

ମିଳିଥିବା ସୂଚନା ଅନୁଯାୟୀ, ୧୪ ତାରିଖରେ ୦୮୧୦୫ ନମ୍ବର ରାଉରକେଲା ରୁ ରାଉରକେଲା-ପୁରୀ ସ୍ପେଶାଲ୍, ୦୮୧୦୬ ନମ୍ବର ପୁରୀରୁ ପୁରୀ-ରାଉରକେଲା ସ୍ପେଶାଲ୍, ୦୨୮୬୨ ଭୁବନେଶ୍ୱରରୁ ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ସ୍ପେଶାଲ୍, ୦୨୮୬୬ ପୁରୀରୁ ଲୋକମାନ୍ୟ ତିଳକ ସ୍ପେଶାଲ୍, ୦୮୪୯୩ ନମ୍ବର ଭୁବନେଶ୍ୱରରୁ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର ସିଟି ସ୍ପେଶାଲ୍, ୦୮୪୯୪ ନମ୍ବର ବଲାଙ୍ଗୀରରୁ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍, ୦୮୪୫୧ ନମ୍ବର ହାଟିଆରୁ ହାଟିଆ-ପୁରୀ ସ୍ପେଶାଲ୍, ୦୮୪୫୨ ନମ୍ବର ପୁରୀରୁ ପୁରୀ-ହାଟିଆ ସ୍ପେଶାଲ୍ , ୦୮୪୨୫ ନମ୍ବର ପୁରୀରୁ ପୁରୀ-ଦୁର୍ଗ ସ୍ପେଶାଲ୍ , ୦୮୧୨୮ ନମ୍ବର ଗୁଣୁପୁରରୁ ଗୁଣୁପୁର-ରାଉରକେଲା ସ୍ପେଶାଲ୍ ଆଦି ଟ୍ରେନକୁ ବାତିଲ କରାଯାଇଛି.

Leave a Reply

Your email address will not be published. Required fields are marked *