ଭୁବନେଶ୍ବର: ମହାନଦୀରେ ବଡ଼ ବନ୍ୟା ଆସିବ ନାହିଁ। ଛୋଟ ବା ମଧ୍ୟମ ଧରଣର ବନ୍ୟାର ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ବିଶେଷ କ୍ଷତି ହେବ ନାହିଁ। ଆଜି ଏମିତି ଆଶ୍ବାସନା ଶୁଣାଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ କୁମାର ଜେନା। ତେବେ ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଛି। ସେଥିପାଇଁ ଆଜି ରାତି ସୁଦ୍ଧା ଡ୍ୟାମ୍ର ୨୪ଟି ଗେଟ୍ ଖୋଲାଯାଇଛି।
ଶ୍ରୀ ଜେନା କହିଛନ୍ତି ଯେ ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଥିଲେ ବି ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୮.୨୩ ଫୁଟ ରହିଛି। ଡ୍ୟାମ୍ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର ହୋଇଥିବାରୁ ଅଧିକ ଗେଟ୍ ଖୋଲାଯାଉଛି। ଆଜି ସକାଳେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ରହିଛି।
ଦେଖନ୍ତୁ ହୀରାକୁଦ ଡ୍ୟାମରୁ ପାଣି ନିଷ୍କାସନର ଭିଡିଓ