ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ।

ଅନୁଗୋଳ : ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ।  ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟରୁ ସେ  ଇସ୍ତଫା ଦେଇଛନ୍ତି। ଅନୁଗୋଳ ଠାରେ ସାମ୍ବାଦିକ ସମ୍ମିଳନୀରେ ‌ସେ ଦଳାଛାଡି ଥିବା ନେଇ ସୂଚନା ଦେଇଛନ୍ତି । ନିଜର ଇସ୍ତଫା ପତ୍ରକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ବିଜେଡି ଛାଡିବା ନେଇ କୌଣସି କାରଣ ଲେଖିନାହାଁନ୍ତିସଞ୍ଜୀବ। ସେ ବିଜେଡିରୁ ୪ ଥର  ବିଧାନସଭା କୁ ନିର୍ବାଚିତ ହୋଇଛନ୍ତି । ୨୦୦୩ ବୀରମହାରାଜପୁର ଉପନିର୍ବାଚନରେ ପ୍ରଥମ ଥର ବିଧାନସଭାରେ ପାଦ ରଖିଥିଲେ ।  ଏହାପରେ ୨୦୦୪ ସାଧାରଣ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ବୀରମହାରାଜପୁର ଟିକେଟ୍ ଦେଇଥିଲା। ତେବେ ୨୦୦୪ରେ ସଂଜୀବ ସାହୁ ବିଜ୍ଞାନ, କାରିଗର, ମାଧ୍ୟମିକ ଶିକ୍ଷା ଓ ବାଣିଜ୍ୟ ଏବଂ ପରିବହନ ବିଭାଗରେ ମନ୍ତ୍ରୀ ପଦ ପାଇଥିଲେ। ୨୦୦୯ ଓ ୨୦୧୪ରେ ସେ ଆଠମଲ୍ଲିକ ଆସନରୁ ଲଢି ବିଜୟୀ ହୋଇଥିଲେ। ହେଲେ ବିଜେଡି ଗତ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା। ତେବେ ବିଜେଡି ଛାଡ଼ିବା ପରେ ସେ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ସୂଚନା ଦେଇନାହାଁନ୍ତି ।

Leave a Reply

Your email address will not be published. Required fields are marked *