ସୂର୍ଯ୍ୟବଂଶୀ କଲା ଧମାଲ, ଗୋଟିଏ ଦିନରେ ରୋଜଗାର ୨୫କୋଟିରୁ ଅଧିକ ।

ମୁମ୍ବାଇ: ଦୀପାବଳିର ଶୁଭ ଅବସରରେ ରିଲିଜ୍ ହୋଇଥିଲା ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାନ୍ସ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଜବରଦସ୍ତ ଆକ୍ସନ ଦର୍ଶକଙ୍କ ବେଶ ମନୋରଞ୍ଜନ କରୁଛି। ‘ସୂର୍ଯ୍ୟବଂଶୀ’ ବିଦେଶରେ ବି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କାରଣ ୬୬ଟି ଦେଶରେ ୧୩୦୦ ସ୍କ୍ରିନରେ ଏହି ସିନେମା ରିଲିଜ ହୋଇଛି। ଦେଶରେ ୩୫୦୦ରୁ ଅଧିକ ସ୍କ୍ରିନରେ ଏହାକୁ ରିଲିଜ କରାଯାଇଛି। ଗୋଟିଏ ଦିନରେ ‘ସୂର୍ଯ୍ୟବଂଶୀ’ ୨୬କୋଟି ଟଙ୍କା ରୋଜଗାର କରିଥିବା କୁହାଯାଉଛି। ଏହି ସିନେମା ପ୍ରେକ୍ଷାଳୟରେ ହିଟ ହୋଇଥିବା କୁହାଯାଉଛି।

Advertisement

ଅଜୟ-ରଣବୀରଙ୍କ କେମେଷ୍ଟ୍ରିକୁ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଫିଲ୍ମଟି ୨୦ ମାସ ପରେ ରିଲିଜ୍ ହୋଇଥିବାରୁ ବେଶ ଉତ୍ସାହିତ ରହିଛନ୍ତି ଦର୍ଶକସୂର୍ଯ୍ୟବଂଶୀ ପ୍ରଥମେ ୨୦୨୦ ମାର୍ଚ୍ଚରେ ମୁକ୍ତିଲାଭ କରିବାର ଥିଲା କିନ୍ତୁ କରୋନା କାରଣରୁ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ଲକଡାଉନ୍ ପରେ ଫିଲ୍ମଟି ୨୦୨୧  ଏପ୍ରିଲ ୨୧ରେ ରିଲିଜ ହେବାର ଥିଲା, କିନ୍ତୁ ପୁନର୍ବାର କରୋନାର ଦ୍ବିତୀୟ ଲହର ଆସିବା ହେତୁ ରିଲିଜ ତାରିଖ ପୁଣି ଥରେ ଘୁଞ୍ଚା ଯାଇଥିଲା

Leave a Reply

Your email address will not be published. Required fields are marked *