କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା କୋଭିଡ୍ ନିୟମ କଡ଼ାକଡ଼ି କରିବାକୁ ଡିଜିପିଙ୍କୁ ଦେଲେ ନିର୍ଦ୍ଦେଶ।

ଭୁବନେଶ୍ବର : ଭୟ ବଢାଉଛି କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍’। ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଏଣ୍ଟକୁ ନେଇ ବିଶ୍ୱରେ ବାଜିଛି ସତର୍କ ଘଣ୍ଟି । ଏହା ସାରା ବିଶ୍ବ ପାଇଁ ଘାତକ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ସୋମବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଚେତାବନୀ ଦିଆଯାଇଛି। କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍’ କରୋନାର ତୃତୀୟ ଲହର ଭାବେ ମାଡି ଆସୁଛି। ଯାହାକୁ ନେଇ ଆଗୁଆ ସତର୍କ ହୋଇଯାଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବର୍ତ୍ତମାନ କରୋନାର ସ୍ଥିତି ଏବଂ ଆଗାମୀ ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକ କରିଛନ୍ତି।ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ରାଜ୍ୟବାସୀଙ୍କ ସତର୍କ କରିବା ସହ କହିଛନ୍ତି ଯେ କରୋନାର ନୂଆ ଭାରିଆଣ୍ଟ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଛି।

ଏଣୁ ଆମକୁ ଏବେଠୁ ସତର୍କ ହେବାକୁ ପଡିବ। ଆଗୁଆ ସଚେତନତା କାରଣକୁ ଓଡ଼ିଶା ପ୍ରଥମ ଓ ଦ୍ୱିତୀୟ ଲହରକୁ ସଫଳତାର ସହ ସାମ୍ନା କରିପାରିଛି। ଏଣୁ ବର୍ତ୍ତମାନଠୁ କରୋନା ବିରୋଧରେ ସଚେତନତା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ସହିତ ପୂର୍ବଭଳି ମାସ୍କ ପିନ୍ଧିବା, ସାମାଜିକ ଦୂରତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୋଭିଡ ନିୟମକୁ ନିବେଦନ କରିଥିବା ବେଳେ କରୋନା ବିରୋଧରେ ସଚେତନତା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ରାଜ୍ୟରେ ଯେପରି କୋଭିଡ୍ ନିୟମକୁ ପୂର୍ବଭଳି କଡ଼ାକଡ଼ି ପାଳନ  ହେବ ତାହା ଉପରେ ଦୃଷ୍ଟି ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *