ଅନୁଗୋଳରେ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଦୁର୍ଘଟଣା ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ଘଟଣା ଘଟିଛି ସଦର ଥାନା ସାବଳଭଙ୍ଗା ନିକଟରେ । ମୃତକ ମାନେ ହେଲେ ଅନୁଗୋଳ ଟାଉନ୍ ଥାନା ରାଣିଗୋଡା ଗାଁର ପପୁ ସାହୁ ଓ ତାଙ୍କ ଭାଣିଜୀ ।

ପପୁ ବାଇକ ଯୋଗେ ବନ୍ତଳା ଅଞ୍ଚଳ ରୁ ୨ ମହିଳା ଓ ୧୦ ବର୍ଷର ବାଳିକାଙ୍କୁ ନେଇ ଅନୁଗୋଳ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗାମୀ ଅଟୋ ଯାଉଥିଲା। ସାବଳଭଙ୍ଗା ନିକଟରେ ଅଟୋର ଚାଳକ ଭାରସାମ୍ୟ ହରାଇ ବାଇକ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀ ଓ ବାଳିକାର ମୃତ୍ୟୁ ହୋଇଥିଲା। ଅଟୋ ଚାଳକ ଓ ବାଇକ୍ ଥିବା ୨ ମହିଳା ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଆହତ ୩ ଜଣଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଅଞ୍ଚଳ ରେ ଚାପା ଉତ୍ତେଜନା ଦେଖାଯାଇଥିବା ବେଳେ ଉଭୟ ପାର୍ଶ୍ବରୁ ଯାନବାହନ ଚଳାଚଳ ବନ୍ଦ ରହିଛି ।