ଅନୁଗୋଳ : ଅନୁଗୋଳ ଜିଲାପାଳ ଙ୍କ କଯ୍ୟାଳୟ କୁ ଆତ୍ମହତ୍ୟା ପାଇଁ ଆସିଥିବା ଜଣେ ବୃଦ୍ଧ ଙ୍କୁ ଉଠାଇ ନେଲା ପୋଲିସ। ସରକାରୀ ଅଧିକାରୀ ଗରିବ ଆଦିବାସୀ ବୃଦ୍ଧ ଙ୍କ ଗୁହାରି ନ ସୁଣିବାରୁ ଆତ୍ମହତ୍ୟା ପାଇଁ ଆସିଥିଲେ ବୃଦ୍ଧ। ଆତ୍ମହତ୍ୟା ପାଇଁ ଆସିଥିବା ବୃଦ୍ଧ ଜଣକ ହେଉଛନ୍ତି ଜିଲାର ହଣ୍ଡପା ଥାନା ନାକଚି ପଞ୍ଚାୟତ ର ବଡ ଡଙ୍ଗୁଆଣି ଗାଁ ର ଶଙ୍କର୍ଷଣ ବେହେରା।ତାଙ୍କ ଅଭିଯୋଗ ମୁତାବକ ତାଙ୍କର କିଛି ଜମି କୁ ପ୍ରସନ୍ନ ମିଶ୍ର ନାମକ ଜଣେ ବ୍ୟକ୍ତି ହଡପ କରି ନେଇଛନ୍ତି। ସେ ଜଣେ ତଫସିଲ ଭୁକ୍ତ ଉପ ଜାତିର ଲୋକ ହୋଇଥିବା ବେଳେ ତାଙ୍କ ଜମି କୁ ହଡପ କରି ନେଇଥିବା ପ୍ରସନ୍ନ ମିଶ୍ର ସାଧାରଣ ବର୍ଗ । ଶଙ୍କର୍ଷଣ ଙ୍କ ଯେଉଁ ଜମି କୁ ପ୍ରସନ୍ନ ମିଶ୍ର ହଡପ କରିଛନ୍ତି ସେ ଜମି ଜାତୀୟ ରାଜପଥ ପାଇଁ ଅଧିଗ୍ରହଣ ହୋଇଛି। ଯେଉଁ ଜମି ବାବଦକୁ ମିଳିଥିବା ଅର୍ଥ ଶଙ୍କର୍ଷଣ କୁ ମିଳୁନାହିଁ ।

ଯାହା ପାଇଁ ସେ କୋର୍ଟ ରେ ମାମଲା କରିଥିବା ବେଳ କୋର୍ଟ ତାଙ୍କ ସପକ୍ଷରେ ରାଏ ଦେଇଛନ୍ତି। ଏତେ ସବୁ ପରେ ବି ରାଜପଥ ଜମି ଅଧିଗ୍ରହଣ କାର୍ଯ୍ୟ ରେ ନିୟୋଜିତ ଭୁ ଅର୍ଜନ ଅଧିକାରୀ ତାଙ୍କ ଦାବି ଶୁଣି ନାହାନ୍ତି। ଏନେଇ ବାରମ୍ବାର ଭୁ ଅର୍ଜନ ଅଧିକାରୀ ଙ୍କ ନିକଟକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ବାଧ୍ୟ ହୋଇ ଶଙ୍କର୍ଷଣ ଆତ୍ମହତ୍ୟା ପାଇଁ ଆସିଥିଲେ। ଶଙ୍କର୍ଷଣ ବିଭିନ୍ନ ରୋଗରେ ପୀଡିତ ଥୁଲେ ବି ଚିକିତ୍ସା ପାଇଁ ଏବେ ଅର୍ଥ ବାଧକ ସାଜିଛି। ଏ ସମ୍ପର୍କରେ ମଧ୍ୟ ସେ ସରକାରୀ ବାବୁ କୁ ଜଣାଇ ଥିଲେ ବି ତାଙ୍କ କଥା ବିଚାର ନ କରାଯିବାରୁ ସେ ଜୀବନ ହରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି