ଟାଟା ଷ୍ଟିଲ କାରଖାନା ସମ୍ମୁଖରେ ଜଳିଗଲା ଟାଟା ଏସି

ଅନୁଗୋଳ: ଟାଟା ଏସିରେ ନିଆଁ । ନିଆଁ ଲାଗି ସମ୍ପୂର୍ର୍ଣ ଜଳି ପୋଷୀ ପାଉଁଶ ହୋଇ ଯାଇଛି ଟାଟା ଏସି । ଘଟଣା ଘଟିଛି ଅନୁଗୋଳ ସୀମାନ୍ତବର୍ତ୍ତୀ ଟାଟା ଷ୍ଟିଲ କାରଖାନା ସମ୍ମୁଖରେ। ସୂଚନା ଅନୁସାରେ ଆଜି ସକାଳେ ଟାଟା ଷ୍ଟିଲ କାରଖାନା ପାର୍ଶ୍ଵରେ ଠିଆ ହୋଇଥିବା ଯାତ୍ରୀବାହୀ ଅଟୋ ପୋଡି ପାଉଁଶ ହୋଇଯାଇଛି। କାରଖାନା ପାର୍ଶ୍ଵବର୍ତ୍ତୀ ତାଳବାହାଳ ଗାଁ ଗୋପାଳ ନାଏକ ନିଜ ଯାତ୍ରୀବାହୀ ଟାଟା ଏସି  ଓଆର ୧୯ ପି ୬୩୬୧ ନମ୍ବର୍ ଅଟୋକୁ ନେଇ କାରଖାନା ନିକଟରେ ରଖି ପାଖରେ ଥିବା ଏକ ଦୋକାନରେ ଠିଆ ହୋଇଥିଲେ। କିଛି ସମୟରେ ପରେ ଅଚାନକ଼ ଗାଡିର ସମ୍ମୁଖ ଭାଗରେ ଧୂଆଁ ବାହାରିବା ସହ ହୁତହୁତ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା।

Advertisement

ଏହା ଦେଖି ଚତୁଃପାର୍ଶ୍ୱରେ ଥିବା ଲୋକମାନେ ଦେଖଣାହାରୀ ପାଲଟି ଯାଇଥିଲେ। ସଙ୍ଗେ ସଙ୍ଗେ ଟାଟା ଷ୍ଟିଲ କାରଖାନାକୁ ଫୋନ କରି ଜଣାଇବା ଦ୍ଵାରା ଘଟଣାସ୍ଥଳରେ ଟାଟା ଷ୍ଟିଲ ଦମକଳବାହିନୀ ପହଞ୍ଚି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି। ଏଥିରେ କୌଣସି ଜୀବନହାନି ହୋଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *