କୋଟିପତି ପୋଲିସ ବାବୁ ଚଢ଼ୁଥିଲେ୨୦ଲକ୍ଷର ବାଇକ,କୋଟିଏ ଟଙ୍କାର ବିଏମଡବ୍ଲ୍ୟୁ..

ଭୁବନେଶ୍ୱର: କୋଟିପତି ପୋଲିସ ବାବୁଙ୍କ ଅମାପ ସମ୍ପତ୍ତି । ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆଖି ଝଲସିଲା ଭଳି ସମ୍ପତ୍ତି । ଭିଜିଲାନ୍ସ ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ।ଏକକାଳୀନ ୧୧ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ଘରୁ ଦାମୀ କାର୍, ବାଇକ୍ ଜବତ ହୋଇଛି। ଅୟସ ଆରାମ ସହ ଜୀବନ ବଞ୍ଚୁଥିଲେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ।ତାଙ୍କ ଘରୁ ଦାମୀ କାର୍, ବାଇକ୍ ଜବତ ହୋଇଛି । ପୋଲିସ ବାବୁ ୧.୧୧ କୋଟିର ବିଏମଡବ୍ଲ୍ୟୁ X7 କାର ଚଢ଼ୁଥିଲେ । କେବଳ ବିଏମଡବ୍ଲ୍ୟୁ କାର ନୁହେଁ ଏହା ବ୍ୟତୀତ ଆଉ ତିନୋଟି ଦାମୀ କାର ମଧ୍ୟ ଚଢ଼ୁଥିଲେ ଅତିରିକ୍ତ ଏସପି । ତେବେ କାର ନୁହେଁ ଦାମୀ ବାଇକ ମଧ୍ୟ ଚଢ଼ୁଥିଲେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ପୋଲିସ ବାବୁ ଚଢ଼ୁଥିଲେ Triumphର ରକେଟ୍ ଥ୍ରୀ ବାଇକ୍ । ଯାହାର ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା । ରକେଟ ଥ୍ରୀ ବାଇକ୍ ବ୍ୟତୀତ ରୟାଲ ଏନଫିଲ୍ଡ କ୍ଲାସିକ ଓ GTR 250 Hyosung ବାଇକ୍ ଚଢ଼ୁଥିଲେ ଅତିରିକ୍ତ ଏସପି । ଏଥିସହ ତ୍ରିନାଥ ମିଶ୍ର ଏବଂ ତାଙ୍କୁ ଦୁଇ ପୁଅଙ୍କୁ ପଚରାଉଚରା କରାଯାଇଛି ।

କଟକ, ଭୁବନେଶ୍ବର, ନବରଙ୍ଗପୁର, ଯାଜପୁର, ଜଗତସିଂହପୁରରେ ଥିବା ଘର ଓ ଅଫିସରେ ରେଡ୍ ହୋଇଛି । ଯାଜପୁରରେ ହସ୍ପିଟାଲ ଏବଂ ମେଡିକାଲ ବ୍ୟବସାୟ ଥିବା ଜଣାପଡିଛି । ତାଙ୍କର ଶାନ୍ତିଲତା କେୟାର, ଶାନ୍ତି ଡ୍ରଗ ହାଉସ ରହିଛି । ତାଙ୍କର ଦୁଇ ପୁଅ ବ୍ୟବସାୟ ପରାଚାଳନା କରୁଥିଲେ । ଏଥିସହ ରସୁଲଗଡ଼ ମନୋରମା ଇଷ୍ଟେଟରେ ତାଙ୍କର ଏକ ଫ୍ଲାଟ ରହିଛି । ବଡ଼ଚଣାରେ ଗୋଟିଏ ଫାର୍ମ ହାଉସ ମଧ୍ୟ ରହିଛି । ଚଢାଉ ବେଳେ ସାଢେ ତିନି ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ନବରଙ୍ଗପୁର ଡାବୁଗାଁରେ ଥିବା ପୈତୃକ ଘର, ଯାଜପୁର ଖଇରାରେ ଥିବା ଶ୍ବଶୁର ଘର, ଖଇରାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍ ଭିଜିଲାନ୍ସ ଛାପା ମାରିଛି । ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଥିବା ୨ଟି ଶାନ୍ତିଲତା ଟ୍ରାନ୍ସପୋର୍ଟ, ଜଗତସିଂହପୁର ଜିଲ୍ଲା ବିରିଡି ଦଳେଇଘାଇରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭର ରାଜୀବ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ୨ପୁଅ କରିଥିବା ମେଡିସିନ ପ୍ରସ୍ତୁତକାରୀ ୟୁନିଟରେ ରେଡ୍ ହୋଇଛି । କଟକ ତୁଳସିପୁରରେ ଥିବା ଅଫିସ, ମଧୁପାଟଣାରେ ଥିବା ସରକାରୀ କ୍ବାର୍ଟରରେ ଚଢାଉ ହୋଇଛି । ଏହି ରେଡରେ ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୧୩ ଇନସ୍ପେକ୍ଟର ଓ ଅନ୍ୟ ସଦସ୍ୟ ସାମିଲ ଅଛନ୍ତି

Leave a Reply

Your email address will not be published. Required fields are marked *