ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୫୧ତମ ଜାତୀୟ ସୁରକ୍ଷା ସପ୍ତାହ ପ୍ରାରମ୍ଭ

ଅନୁଗୋଳ : ୫୧ତମ ଜାତୀୟ  ସୁରକ୍ଷା ସପ୍ତାହରପ୍ରାରମ୍ଭ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ତାହାର ବୃହତ ଷ୍ଟିଲ ପରିଯୋଜନା ପରିସରରେ ଅନେକ ଗୁଡିଏ ସୁରକ୍ଷା ସମ୍ବନ୍ଧିତ ଅଭ୍ୟାସ ଏବଂ ଉପାୟକୁ ନେଇ ଏହି ସୁରକ୍ଷା ସପ୍ତାହ ଆରମ୍ଭ କରିଅଛିl ଏଥି ମଧ୍ୟରେ ବିଭିନ୍ନ କାର୍ଯ୍ୟ ଯଥା, କର୍ମଚାରୀ, ଶ୍ରମଜୀବୀ ଏବଂ ଗୋଷ୍ଠୀ ସମୁଦାୟକୁ ସୁରକ୍ଷିତ ଅଭ୍ୟାସ ବିଷୟରେ ସଚେତନ କରାଇବା ଅନ୍ୟତମ ଅଟେ l ଆଜିର ଏହି ସୁରକ୍ଷା ସପ୍ତାହ ପାଳନର ପ୍ରଥମ ଦିବସରେ ଫାକ୍ତ୍ରିସ ଆଣ୍ଡ ବଏଲର୍ସ ବିଭାଗର ସହ-ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜେଏସପିଏଲ ଅନୁଗୋଳ ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝା,ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ, ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ବନ୍ଦୋପାଧ୍ୟାୟ,ଫାକ୍ଟରୀ ମ୍ଯାନେଜର ଶ୍ରୀ ଅତୁଲ ଦୂବେଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ତଥା କର୍ମଚାରୀ ମାନେ ଯୋଗ ଦେଇଥିଲେ l

ଏହି ଅବସରରେ ଶ୍ରୀ ହୃଦୟେଶ୍ଵର ଝା କହିଛନ୍ତି ଯେ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏହାର କର୍ମଚାରୀ ଏବଂ ଶ୍ରମଜୀବୀଙ୍କ ପାଇଁ ସର୍ବୋତ୍ତମ ସୁରକ୍ଷା ପ୍ରଥାକୁ ଆପଣାଇଛି lସୁରକ୍ଷା ଆମ୍ଭର ମୂଳ ନୀତି ଏବଂ ଜେଏସପି ଅନୁଗୋଳକୁ ଏକ ସୁରକ୍ଷିତ କାର୍ଯ୍ୟସ୍ଥଳୀ କରିବା ନିମନ୍ତେ ଆମ୍ଭେ ସମସ୍ତେ ଦାୟିତ୍ଵବାନ ହେବାକୁ ପଡିବ ବୋଲି ପ୍ରକାଶ କରିଥିଲେ Iଶ୍ରୀ ଦାମୋଦର ମିତ୍ତଲ ରେକର୍ଡ ଉତ୍ପାଦନ ନିମନ୍ତେ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହସମସ୍ତେ ନିଜର ଦୈନନ୍ଦିନ ଜୀବନରେ ସୁରକ୍ଷାକୁ ଗୁରୁତ୍ଵର ସହ ଗ୍ରହଣ କରିବା ଆବଶ୍ୟକ ବୋଲିପ୍ରକାଶ କରିଥିଲେ lସେହିପରି ଶ୍ରୀ ସବ୍ୟସାଚୀ ବନ୍ଦୋପାଧ୍ୟାୟ ମଧ୍ୟ ସୁରକ୍ଷା ପ୍ରତି ସମସ୍ତଙ୍କଧ୍ୟାନ ଆକର୍ଷଣ କରିବା ସହ କର୍ମସ୍ଥଳୀରେ ସୁରକ୍ଷା ଉପକରଣର ବ୍ୟବହାର ଦ୍ଵାରା କାର୍ଯ୍ୟସ୍ଥଳୀରେ ଦୁର୍ଘଟଣାକୁ ଏଡାଇ ହେବ ବୋଲି ପ୍ରକାଶ କରିଥିଲେ l

ଶ୍ରୀ ଅତୁଲ ଦୂବେ, ସମସ୍ତ ଅତିଥିଙ୍କୁ ସ୍ଵାଗତ କରିବା ସହ ଜେଏସପି ମ୍ୟାନେଜମେଣ୍ଟ ସ୍ୱାସ୍ଥ୍ୟ,ସୁରକ୍ଷା ଏବଂ ସମସ୍ତଙ୍କ ନିରାପତ୍ତା ନିମନ୍ତେ ସମ୍ପୂର୍ଣ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରିଥିଲେ lଏହି ଅବସରରେ ଏକ ଦସ୍ତଖତ ଆଭିଯାନ ଆରମ୍ଭ ହୋଇଥିଲା ଯେଉଁଥିରେ ମୁଖ୍ୟ ଅତିଥି ଶ୍ରୀମତୀ ଦାସ , ନିର୍ବାହୀ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ମାନେ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ଏକ ସୁରକ୍ଷା ରଥକୁ ଶ୍ରୀମତୀ ଦାସ ଏବଂ ଶ୍ରୀ ଝା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ,ଯାହାସମଗ୍ର ପ୍ଳାଣ୍ଟ ପରିସରରେ ସୁରକ୍ଷା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବ l ଏହି ସବୁ କାର୍ଯ୍ୟକ୍ରମ ୧୦ ମାର୍ଚ ୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ l

Leave a Reply

Your email address will not be published. Required fields are marked *