ବେଙ୍ଗାଲୁରୁ ଟେଷ୍ଟ : ଶ୍ରୀଲଙ୍କାକୁ ୨୩୮ ରନରେ ହରାଇଲା ଭାରତ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ୨ୟ ଟେଷ୍ଟରେ ଭାରତ ଶ୍ରୀଲଙ୍କାରୁ ୨୩୮ ରନରେ ହରାଇ ବଡ଼ ବିଜୟ ହାସଲ କରିଛି । ଭାରତ ନିଜର ପ୍ରଥମ ଇନିଂସରେ ୨୫୨ ରନ କରିଥିବାବେଳେ ଶ୍ରୀଲଙ୍କା ନିଜର ପ୍ରଥମ ଇନିଂସରେ ମାତ୍ର ୧୦୯ ରନ କରିଥିଲା । ଭାରତ ନିଜର ୨ୟ ଇନିଂସରେ ୩୦୩ ରନ କରି ଇନିଂସ ସମାପ୍ତି ଘୋଷଣା କରିଥିଲା । ଶ୍ରୀଲଙ୍କା ନିଜର ୨ୟ ଇନିଂସରେ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୦୮ ରନରେ ଅଲଆଉଟ ହୋଇଯାଇଥିଲା ।

ଫଳରେ ଭାରତ ୨୩୮ରନରେ ବିଜୟୀ ହୋଇଥିଲା ଶ୍ରୀଲଙ୍କାର ୨ୟ ଇନିଂସରେ ଦିମୁଥ କରୁଣାରତ୍ନେ ଲଢୁଆ ବ୍ୟାଟିଂ କରି ୧୦୭ ରନ କରିଥିଲେ । ସେହିପରି କୁଶଲ ମେଣ୍ଡିସ୍ ୫୪ ରନ କରି କରୁଣାରତ୍ନେଙ୍କ ସହ ଏକ ଭଲ ପାର୍ଟନରସିପ କରିଥିଲେ । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ବ୍ୟାଟିଂ ଲାଇନ ଭୂଷୁଡ଼ି ପଡ଼ିଥିଲା । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନ ୪ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ୩ଟି ଓ୍ବିକେଟ ନେଇଥିଲେ.

Leave a Reply

Your email address will not be published. Required fields are marked *