ଘୋଷଯାତ୍ରା ପାଇଁ ପୁରୀକୁ ଗଡ଼ିବ ୨୦୫ ଟ୍ରେନ୍‌, ଭକ୍ତଙ୍କ ସୁବିଧା ପାଇଁ ରହିବ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବ୍ୟବସ୍ଥା ।

ଭୁବନେଶ୍ବର : ଭକ୍ତଙ୍କ ଗମନାଗମନ ସୁବିଧା ପାଇଁ ରଥଯାତ୍ରା ସମୟରେ ପୁରୀକୁ ଓ ପୁରୀଠାରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି। ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବାକୁ ଥିବାରୁ ଏବର୍ଷ ବହୁ ତୀର୍ଥଯାତ୍ରୀ ଏକାଠି ହେବା ନେଇ ଆକଳନ କରାଯାଇଛି। ଶ୍ରୀଗୁଣ୍ଡିଚା, ବାହୁଡ଼ା ଯାତ୍ରା ଓ ସୁନାବେଶରେ ବହୁ ତୀର୍ଥଯାତ୍ରୀ ଆସିବାକୁ ଥିବାରୁ ଓଡ଼ିଶା ସମେତ ବାହାର ରାଜ୍ୟରୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଏମିତିକି ଗୁଣ୍ଡିଚା ଯାତ୍ରା ପୂର୍ବରୁ ଜୁନ୍‌ ୨୯ ଓ ୩୦ରେ ଦୁଇଟି ସାଲିମାର-ପୁରୀ-ସାଲିମାର ରଥଯାତ୍ରା ସ୍ପେସାଲ ଏକ୍ସପ୍ରେସ୍‌ ଚାଲିବ। ସେହିପରି ବିଶାଖାପାଟଣା-ପୁରୀ-ବିଶାଖାପାଟଣା ରଥଯାତ୍ରା ସ୍ପେସାଲ୍ ବିଶାଖାପାଟଣାରୁ ୩୦ ତାରିଖ ଅପରାହ୍ଣ ୨ଟା ୩୦ରେ ଛାଡ଼ି ଜୁଲାଇ ୧ ରାତି ୧ଟା ୧୫ରେ ପୁରୀରେ ପହଞ୍ଚିବ ଏବଂ ଜୁଲାଇ ୧ ପୂର୍ବାହ୍ନ ୧୧ଟା ୧୫ରେ ପୁରୀରୁ ଛାଡ଼ିବ।  ଜୁନାଗଡ଼ ରୋଡ-ପୁରୀ- ଜୁନାଗଡ଼ ରୋଡ ସ୍ପେସାଲ୍(ଭାୟା ସମ୍ବଲପୁର ଓ ତାଳଚେର ରୋଡ୍) ଜୁନାଗଡ଼ ରୋଡରୁ ୩୦ ତାରିଖ ପୂର୍ବାହ୍ନ ୧୧ଟାରେ ଏବଂ ପୁରୀରୁ ଜୁଲାଇ ୨ ମଧ୍ୟ ରାତି ୧୨ଟା ୧୫ରେ ଛାଡ଼ିବ।

ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେସାଲ ୩୦ ତାରିଖ ରାତି ୧୧ଟା ୩୦ରେ ଗୁଣୁପୁରରୁ ଏବଂ ଫେରିବା ମାର୍ଗରେ ଜୁଲାଇ ୨ ରାତି ୧ଟା ୪୫ରେ ପୁରୀରୁ ଗୁଣୁପୁର ଯାତ୍ରା କରିବ। ଜଗଦଲପୁର-ପୁରୀ-ଜଗଦଲପୁର ଟ୍ରେନ(ଭାୟା ବିଜୟନଗରମ୍‌ ଓ ରାୟଗଡ଼ା) ଜଗଦଲପୁରରୁ ଜୁନ୍‌ ୩୦ ସନ୍ଧ୍ୟା ୬ଟା ୩୦ରେ ଏବଂ ଜୁଲାଇ ୧ ରାତି ୮ଟା ୫ରେ ପୁରୀରୁ ଛାଡ଼ିବ। ଉକ୍ତ ଦୁଇ ଟ୍ରେନ୍‌ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗ ଦେଇ ଯାତାୟାତ କରିବ। ଭୁବନେଶ୍ୱର-ପୁରୀ- ଭୁବନେଶ୍ୱର ସ୍ପେସାଲ ଜୁଲାଇ ୧ରୁ ୧୧ ମଧ୍ୟରେ ଭୁବନେଶ୍ୱରରୁ ପୂର୍ବାହ୍ନ ୧୦ଟା ୫ରେ ଏବଂ ପୁରୀରୁ ଅପରାହ୍ଣ ୩ଟା ୧୦ରେ ଛାଡ଼ିବ। ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ(ଭାୟା ନରାଜ ମାର୍ଥାପୁର ଓ ତାଳଚେର ରୋଡ୍) ସମ୍ବଲପୁରରୁ ଜୁ୍ନ୍‌ ୩୦ ରାତି ୯ଟା ୩୦ରେ ଏବଂ ପୁରୀରୁ ଜୁଲାଇ ୧ ରାତି ୮ଟା ୨୫ରେ ଛାଡିବ।

Leave a Reply

Your email address will not be published. Required fields are marked *