ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪୦ଟି ଗେଟ୍‌: ଚିନ୍ତାରେ ତଳିଆ ଅଞ୍ଚଳ ବାସୀ

ସମ୍ବଲପୁର : ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଯେମିତି ଯେମିତି ଜଳସ୍ତର ବଢୁଛି ସେହି ଅନୁପାତରେ ଗେଟ୍ ଖୋଲିବାରେ ଲାଗିଛି। ଆଜି ସକାଳେ ଡ୍ୟାମର ୨୬ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଥିଲା। କିନ୍ତୁ ଉପରମୁଣ୍ଡରୁ ପ୍ରବଳ ପାଣି ଡ୍ୟାମ ଭିତରକୁ ପ୍ରବେଶ କରୁଥିବା ବେଳେ ଆଗକୁ ଆଉ ଏକ ଲଘୁଚାପ ଆସୁଥିବା କାରଣରୁ ଆଉ ୧୪ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁସାରେ ଅପରାହ୍ନ ୪ଟାରୁ ୭.୩୦ ମଧ୍ୟରେ ପର୍ଯ୍ୟାୟ କ୍ରମେ ୧୪ଟି ଗେଟ୍ ଖୋଲି ଦିଆଯାଇଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ରୁ ମୋଟ୍ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୨୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୧୨ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି।

ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ମିଟର ଥିବା ବେଳେ ଏବେ ଏଠାରେ ୬୨୬.୯୧ ଫୁଟ ଜଳ ରହିଛି। ଜଳଭଣ୍ଡାରକୁ ଏବେ ସେକେଣ୍ଡ ପିଛା ୬,୯୧,୯୫୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ୬,୧୦,୦୦୩ କୁସେକ ଜଳ ନିଷ୍କାସନ କରାଯାଉଛି। ସ୍ପିଲୱେରେ ୫,୮୩,୩୪୪ କ୍ୟୁସେକ, ପାୱାର ଚେନାଲ ମାଧ୍ୟୟମରେ ୨୩,୯୮୫, ଚାଷ ପାଇଁ ୨୪୨୧ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୨୨୦୦ କ୍ୟୁସେକ, ଏସଏମସି ପାଇଁ ୨୦୦ କ୍ୟୁସେକ, ଏସ୍‌ବିପି ପାଇଁ ୨୧ ଓ ଶିଳ୍ପ ପାଇଁ ୨୫୨କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।

Leave a Reply

Your email address will not be published. Required fields are marked *