ରାସ୍ତା ଉପରେ ୧୦ ଫୁଟ୍‌ର ପାଣି : ୫ ଦିନ ହେବ ସାତକୋଶିଆର ଟିକରପଡା ବାହ୍ୟଜଗତରୁ ବିଚ୍ଛିନ୍ନ

ଅନୁଗୋଳ : କାୟା ମେଲାଇଛି ମହାନଦୀ । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଓ ଟିକରପଡାରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର । ୫ ଦିନ ହେବ ଅନୁଗୋଳ ବ୍ଲକର ଟିକରପଡା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ। ପାଣି ଘେରରେ ରହିଛି ଆଠମଲ୍ଲିକ ବ୍ଲକର କୁଦଗାଁ ବିନକେଇ ଓ ଦେଉଳଝରି ମନ୍ଦିର । ସେହିପରି ଆଠମଲ୍ଲିକ ବ୍ଲକର ଜାମୁଡୋଲି ପଂଚାୟତ କୁ ସଂଯୋଗ କରୁଥିବା ରାସ୍ତାର ଏକ ନାଳ ଉପରେ ପାଞ୍ଚ ଫୁଟ ଉଚ୍ଚ ର ପାଣି ପ୍ରବାହିତ ହେଉଥିବାରୁ ସେହି ପଂଚାୟତ ବାହ୍ୟ ଜଗତ ରୁ ବିଚ୍ଛିନ୍ନ ହୋଇଯାଇଛି। । ଜଳ ବନ୍ଦି ହୋଇ ରହିଛନ୍ତି ହଜାର ହଜାର ଲୋକ । ପାଣି ଘେରରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଭାବିତ ହୋଇଛି ଟିକରପଡା ପର୍ଯ୍ୟଟନ କେନ୍ଦ୍ର ଓ ବିନିକେଇ ପୀଠ । ଏପଟେ ମହାନଦୀରେ ପାଣି ବଢୁଥିବାରୁ ଆଗକୁ ସ୍ଥିତି ଅଧିକ ବିଗିଡିବା ଆଶଙ୍କା କରାଯାଉଛି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।

ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ହୀରାକୁଦର ୪୦ ଟି ଗେଟ୍ ଖୋଲାଯାଇଛି । ଗେଟ୍ ଖୋଲାଯିବା ପରେ ସିଧାସଳଖ ପ୍ରଭାବ ପଡିଛି ମହାନଦୀ ଅବବାହିକରେ ଥିବା ସାତକୋଶିଆ ଅଭୟାରଣ୍ୟ , ଟିକରପଡା ଗଣ୍ଡ ଉପରେ । ଟିକରପଡା ପଞ୍ଚାୟତର ଚାରୋଟି ଗାଁ ମଝିପଡା , ଗଇଁଦି , ବେହେରା ସାହି ଓ ଘାଟସାହି । ଏହି ଚାରୋଟି ଗାଁର ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଖାପାଖି ୨୦୦ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି ଏବଂ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ ମଧ୍ୟ ଅନୁଧ୍ୟାନ କରୁଛି । ଉପଜିଲ୍ଲାପାଳ ବୈତୁରା ଦୀପ ଏବଂ ଆଠମଲ୍ଲିକ ବିଧାୟକ ରମେଶ ସାଏ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି କିଭଳି ଭାବେ ରବର ବୋଟ ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରାଯିବ ତଦାରଖ କରିଛନ୍ତି ।

ଟିକରପଡା ପର୍ଯ୍ୟଟନ କ୍ଷେତ୍ର ଏବଂ ବିନିକେଇ ପୀଠ ସମ୍ପୁର୍ଣ୍ଣ ଭାବେ ବୁଡ଼ିରହିଛି । ପାଖାପାଖି ଟିକରପଡା ପଞ୍ଚାୟତର ଚାରୋଟି ଗାଁ ଏବଂ ଆଠମଲ୍ଲିକର ଯଦି ବିନିକେଇ କଥା କୁହାଯାଏ ତେବେ ପାଖାପାଖି ୨୬ ଟି ଗାଁ ବର୍ତମାନ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏନଡ଼ିଆରଏଫ ଓ ଓଡ୍ରାଫ ଟିମ ପହଁଚି କିଛିବି ଅପ୍ରିତିକର ପରିସ୍ଥିତି ନଉପୁଜିବା ନେଇ ସଜାଗ ଅଛନ୍ତି । ଟିକରପଡା ସ୍କୁଲ, ପ୍ରାଥମିକ ସ୍ୱାସ୍ତ୍ୟ କେନ୍ଦ୍ର ,ବନବିଭାଗ ଅଫିସ, ବନ ବିଭାଗ କର୍ମଚାରୀଙ୍କ ବାସଗୃହ, ପଂଚାୟତ ଅଫିସ, ପାଖରେ ପାଖାପାଖି ୧୦ଫୁଟ ଉଚ୍ଚରେ ପାଣି ଚାଲିଛି। ଟିକରପଡା ର ଘାଟ ସାହି ପାଣିରେ ସମ୍ପୂର୍ଣ ବୁଡି ଯାଇଛି।ଯୁଆଡେ ଦେଖିବ ଖାଲି ପାଣି ହି ପାଣି ।

ମହାନଦୀ ର ସାତକୋଶିଆ ଗଣ୍ଡ ଏବଂ ଆଖ ପାଖ ଗାଁ ପାଣିରେ ବୁଡି ଏକା କାର ହୋଇଯାଇଛି। ମହାନଦୀର ବନ୍ୟା ବିଭୀଷିକା ମଧ୍ୟରେ ଉବୁଟୁବୁ ହେଉଛନ୍ତି ସାତକୋଶିଆ ଅବବାହିକାରେ ଥିବା ସମସ୍ତ ଗାଁ ।ଦୀର୍ଘ ପାଞ୍ଚ ଦିନ ହେବ ସମ୍ପୂର୍ଣ ଜଳ ବନ୍ଦୀ ଅବସ୍ଥାରେ ରହିଛନ୍ତି ଏହି ସବୁ ଗାଁ ର ହଜାର ହଜାର ଲୋକ। ସେମାନେ ନା ଗାଁ ରୁ କୁଆଡେ ବାହାରକୁ ଆସିପାରୁଛନ୍ତି ନା ବାହାରୁ ଗାଁକୁ ଯାଇପାରୁଛନ୍ତି। ଗାଁ ଗୁଡିକୁ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୧୫ଫୁଟ ପାଣି ଜମିରହିଛି।ପ୍ରଶାସନ ତରଫରୁ ଡଙ୍ଗା ଯୋଗେ ସେମାନଙ୍କ ପାଖରେ ଖାଦ୍ୟ ,ଔଷଧ ଓ ଅନ୍ୟାନ୍ୟ ଆବସକିୟ ଜିନିଷ ପଠା ଯାଉଛି।

ଆଗକୁ ମହାନଦୀରେ ଜଳ ସ୍ତର ଆହୁରି ବଢିବାର ଆଶଙ୍କା ଦେଖାଦେଇଛି।ତେଣୁ ଗ୍ରାମବାସୀଙ୍କ ମଧ୍ୟରେ ଆହୁରି ଭୟର ବାତାବରଣ ସୃଷ୍ଟି ହୋଇଛି। ସମସ୍ତ ଙ୍କ ଅପେକ୍ଷା ପାଣି କେବେ କମିବ ,ପରିସ୍ଥିତି କେବେ ସ୍ୱାଭାବିକ ହେବ। ଏବଂ ସେମାନଙ୍କ ଜୀବନଜୀବିକା ପୁଣି ଥରେ ଫେରି ଆସିବ।

Leave a Reply

Your email address will not be published. Required fields are marked *