ବନ୍ଦ ହେଲା ହୀରାକୁଦର ୮ଟି ଗେଟ, ୩୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ 

ଭୁବନେଶ୍ଵର: କମୁଛି ହୀରାକୁଦର ଜଳସ୍ତର। ଗତକାଲି ଠୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ। ଯାହା ଫଳରେ ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ଦିନ ୩ଟାରେ ୮ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଜଳଭଣ୍ଡାରରୁ ଏହି ୮ଟି ଗେଟ୍‌ ବନ୍ଦ କରିଦିଆଯିବା ପରେ ଏବେ ୩୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିରେ ବାମ ପାର୍ଶ୍ବରୁ ୨୪ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୮ଟି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisement

ମହାନଦୀ କୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ୬ ଲକ୍ଷ ୭୪ ହଜାର ନିଷ୍କାସନ ହେଉଛି । ବର୍ତ୍ତମାନ ୬୨୪.୪୩ ଫୁଟ ରହିଛି ହୀରାକୁଦର ଜଳସ୍ତର । ଆଗକୁ ବର୍ଷା ଆସୁଥିବାରୁ ହୀରାକୁଦର ଜଳସ୍ତର ୬୨୨ ରେ ରଖିବାକୁ ଚେଷ୍ଟା କରାଯାଉଛି । ଆଜି ହୀରାକୁଦ ୮ ଟି ଗେଟ ବନ୍ଦ କରାଯାଇଛି। ପୂର୍ବରୁ ୪୦ ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଥିଲା। ଆଜି ୮ଟି ବନ୍ଦ ହେବାପରେ ୩୨ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଆଶା କରାଯାଉଛି ଯେ, ଆଗାମୀ ସମୟରେ ହୀରାକୁଦ ଜଳଭଣ୍ଡାରରୁ ଆହୁରି ଗେଟ୍‌ ବନ୍ଦ କରି ଦିଆଯାଇପାରେ। ପର୍ୟ୍ୟାୟ କ୍ରମେ ଡ୍ୟାମ୍‌ରୁ ଗେଟ୍‌ଗୁଡ଼ିକ ଖୋଲି ଦିଆଯିବା ପରେ ମହାନଦୀରେ ବନ୍ୟାଜଳ ହ୍ରାସ ପାଇବ, ଯାହାକୁ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *