ଆରମ୍ଭ ହେଲା ଫିଫା ଯୁବା ବିଶ୍ଵକପ୍‌

ଭୁବନେଶ୍ଵର: ଭାରତର ଖେଳ ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ର ସପ୍ତମ ସଂସ୍କରଣ । ଏହି ଖେଳ ପ୍ରଥମ ଥର ଭାରତରେ ଖେଳାଯାଉଥିବା ବେଳେ ଓଡ଼ିଶା ହୋଇଛି ଅନ୍ୟତମ ଆୟୋଜକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୪ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (କ୍ରୀଡ଼ା ଓ ଯୁବବ୍ୟାପାର), ଧର୍ମେନ୍ଦ୍ର ପ୍ରଧାନ (ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା), କିରଣ ରିଜିଜୁ (ଆଇନ୍‌), ନୀଶିଥ ପରମାଣିକ (କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ)ଙ୍କ ଉପସ୍ଥିତିରେ ମଙ୍ଗଳବାର ଏହି ବିଶ୍ବକପ୍ ଉଦ୍‌ଘାଟିତ ହୋଇଛି।  ଅପରାହ୍ଣରେ ବ୍ରାଜିଲ୍‌-ମରୋକ୍କୋ ମ୍ୟାଚ୍‌ ଖେଳାଯାଇଥିବା ବେଳେ ରାତି ଆଠଟାରେ ଭାରତ-ଆମେରିକା ମ୍ୟାଚ୍‌ ପୂର୍ବରୁ ଏହି ଅତିଥିମାନେ ସଂକ୍ଷିପ୍ତ ଉଦ୍‌ଘାଟନୀ ଉତ୍ସବରେ ସାମିଲ ହୋଇଥିଲେ। ୨ ମିନିଟିଆ ଆତସବାଜି କାର୍ଯ୍ୟକ୍ରମ ପରେ ପରେ ଉଭୟ ଭାରତ ଓ ଆମେରିକା ଖେଳାଳିମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ମିଳାଇଥିଲେ। ଫିଫା ମହାସଚିବ ଫତେମା ‌ସମୌରା, ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ (ଏଆଇଏଫଏଫ୍‌) ସଭାପତି କଲ୍ୟାଣ ଚୌବେ, ଗୋଆ କ୍ରୀଡ଼ାମନ୍ତ୍ରୀ ଗୋବିନ୍ଦ ଗୌଡ଼େ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ୍‌, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *