୮ ଦଫା ଦାବିରେ ଧାରଣା ରେ ବସିଲେ ଅଙ୍ଗନବାଡି କର୍ମୀ

ଅନୁଗୋଳ: ପୁଣି ଆନ୍ଦୋଳନ କୁ ଓଲ୍ଲାଇଲେ ଅଙ୍ଗନବାର୍ଡି କର୍ମୀ । ଏଥର କେନ୍ଦ୍ର ସରକାର ବିରୁଦ୍ଧରେ ନାରା ବାଜି କରି କରିଛନ୍ତି ଆନ୍ଦୋଳନ । ୮ ଦଫା ଦାବି ନେଇ ଅନୁଗୋଳ ଜିଲ୍ଲା ଅଙ୍ଗନୱାଡି ଲେଡିଜ ୱାର୍କର୍ଷ ଆସୋସିଏସନ ପକ୍ଷରୁ ଅନୁଗୋଳ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି ଅଙ୍ଗନବାଡି କର୍ମୀ । ସରକାର ଦେଉଥିବା ଦରମା ମୁତାବକ ସେମାନଙ୍କୁ ଅଧିକ ଖଟାଉଛନ୍ତି କିନ୍ତୁ ସେମାନଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ମିଳୁନାହିଁ । ଯେ ପର୍ଯ୍ୟନ୍ତ ସେମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ନ ମିଳିଛି ସେ ପର୍ଯ୍ୟନ୍ତ ଧାରଣା କରିବେ ବୋଲି ଧମକ  ଦେଇଛନ୍ତି ।

ଆଜି ବୋହୁ ସଂଖ୍ୟାରେ ଅଙ୍ଗନୱାଡି କର୍ମୀ ଓ ଅଙ୍ଗନବାର୍ଡି ସହାୟିକା  ବିକ୍ଷୋବ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ କରଛନ୍ତି । ସେହାସହ ସେମାନେ ଦାବି କରିଛନ୍ତି ୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ଅଙ୍ଗନୱାଡ଼ି କର୍ମୀ କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ । ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ପ୍ରଦାନ କରାଯାଉ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇନାହିଁ ସେତେଦିନ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ 18 ହଜାର ଓ ସହାୟିକା ମାନଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯିବା ସହିତ EPF,ESIC ଓ Gratulty ରେ ସାମିଲ କରାଯାଉ |

ମିନି ଅଙ୍ଗନୱାଡ଼ି ଉଚ୍ଛେଦ କରି ମିନି ଅଙ୍ଗନୱାଡ଼ି କର୍ମୀ କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀ ର ମାନ୍ୟତା ପ୍ରଦାନ କରାଯାଉ । ଅଙ୍ଗନୱାଡ଼ି କର୍ମଚାରୀ ,ମିନି ଅଙ୍ଗନବାଡ଼ି କର୍ମଚାରୀ ଓ ସହାୟିକା ଙ୍କୁ ଅବସର କାଳୀନ ସହାୟତା ରାଶି 5 ଲକ୍ଷ ଟଙ୍କା ଓ ପେନସନ ମାସିକ ୨ ହଜାର ଟଙ୍କା ପ୍ରଦାନ କରାଯାଉ । କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନବାଡ଼ି କର୍ମଚାରୀ ମାନଙ୍କୁ ମୃତ୍ୟୁ କାଳିନ ସହାୟତା ରାଶି 5 ଲକ୍ଷ ଟଙ୍କା ଦେବା ସହିତ ପରିବାରରୁ ଜଣଙ୍କୁ ଚାକିରୀ ଦିଆଯାଉ । ଗାଁ କଲ୍ୟାଣ ସମିତିରୁ ଅଙ୍ଗ ନ୍ୟାଡ଼ି କର୍ମଚାରୀଙ୍କୁ ବାଦ ଦିଆଯାଉ ଓ ପୋଷଣ ଛାକରରେ ଅନଲାଇନ ଲୋକେସନ କୁ ବନ୍ଦ କରାଯିବା ସହିତ ୨୦୧୮ ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ କୁ ଲାଗୁ କରାଯାଉ । ଓ 50 % ଅଙ୍ଗନୱାଡ଼ି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଆଉ 50 % ସ୍ନାତକ ଓ ତଦୁର୍ଗ ଅଙ୍ଗନୱାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯାଉ |

Leave a Reply

Your email address will not be published. Required fields are marked *