JSP କ୍ଷରୁ୧୦୦ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଭୂମିପୂଜନ।

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ନିରନ୍ତର ଉନ୍ନତି ନିମନ୍ତେ ଜିନ୍ଦଲଷ୍ଟିଲ ଆଣ୍ଡପାୱା ର ଉଦ୍ୟୋଗ ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଫାଉଣ୍ଡେସ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟିସ୍ପେଶାଲିଟି ହସ୍ପିଟାଲର ଭୂମିପୂଜନ ସମାରୋହ ଜିନ୍ଦଲ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି।\ଜିନ୍ଦଲ ନଗର ଦେବଭୂମି ଠାରେ ହେବାକୁ ଥିବାଏହି ଅତ୍ୟାଧୁନିକ ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲର ଭୂମିପୂଜା ଓ ଆଧାର ଶିଳାରଖିଥିଲେ ଜିନ୍ଦଲଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ।ଏହି ଅବସରରେ ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା ଏବଂ  ଅନୁଗୋଳ ପୌରପାଳିକା ନଗରପାଳ ଶ୍ରୀ ଅକ୍ଷୟ କୁମାର ସାମନ୍ତ ସଭା ମଞ୍ଚରେ ଉପସ୍ଥିତ ଥିଲେ lଏହି ଅବସରରେ ନବୀନ ଜିନ୍ଦଲ ପ୍ରକାଶ କରିଥିଲେ ଯେ, ” ମାନବ ସେବାହିଁ ମାଧବ ସେବା।ମାନବ ବିକାଶ ସୂଚିକାର ଉନ୍ନତି ନିମନ୍ତେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ପ୍ରଚେଷ୍ଟା ଚାଲିବ lଉନ୍ନତ ଭିତ୍ତିଭୂମି ଥିବା ଏକ ଅତ୍ୟାଧୁନିକ ହସ୍ପିଟାଲ ଅନୁଗୋଳ ଅଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ସୁଦୁର ପ୍ରସାରି କରିପାରିବ।ବହୁ ବିଶେଷଜ୍ଞ ଡାକ୍ତର ଥାଇ ଅନୁଗୋଳ ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲ ନିର୍ମାଣର ଲକ୍ଷ୍ୟ ଖୁବ୍ଶୀଘ୍ର ବାସ୍ତବତାରେ ପରିଣତହେବ।ଶ୍ରୀ ଜିନ୍ଦଲଏକଥା ମଧ୍ୟକହିଲେ କି ରୋଗରୁ ମୁକ୍ତି ଅପେକ୍ଷା ରୋଗ କିଭଳିନ।ହେବ ସେଥିପାଇଁ ଖଦ୍ୟ ପାନୀୟ ରେସନ୍ତୁଳନ,ବିଶ୍ରାମ,ବ୍ୟାୟାମ ଉପରେ ଗୁରୁତ୍ବ ଦେବାସହ ଏକ ଆଦର୍ଶ ଜୀବନ ଶୈଳୀ ଅନୁସରଣ କରିବାକୁ ହେବ।ଖାଦ୍ୟ ମଧ୍ୟରେମିଳେଟ (ମାଣ୍ଡିଆ, ବାଜରା ଇତ୍ୟାଦି)ଆଦର୍ଶ ଭାବେ  ଗ୍ରହଣ କରାଯାଇପାରେ। ନବୀନ ଏକଥା ମଧ୍ୟ କହି ଲେକି ମଣିଷକୁ ସୁସ୍ଥ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟାଭାସ ଓ ଆଦର୍ଶ ଜୀବନ ଶୈଳୀ କୁହିଁ ଆପଣାଇବାକୁ ହେବ।

ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଥିଲେ ଯେ,କିଜିନ୍ଦଲ ଆରୋଗ୍ୟମ ହସ୍ପିଟାଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।ଏଥିରେ ଭେଷଜ,ସର୍ଜରୀ,ଶିଶୁବିଭାଗ,ସ୍ତ୍ରୀଓପ୍ରସୂତିବିଭାଗ,ଅସ୍ଥିଶଲ୍ୟ,ନେଫ୍ରୋଲୋଜି,ଗ୍ୟାଷ୍ଟ୍ରୋଏଣ୍ଟ୍ରଲୋଜି,ଦାନ୍ତଓଅନ୍ୟାନ୍ୟ ବିଭାଗ ରହିବ।ସୁଲଭ ମୂଲ୍ୟରେଏହିସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ଯାହାଫଳରେ ଅନୁଗୋଳ ବାସୀ ଅଧିକ ଖର୍ଚ୍ଚାନ୍ତ ହୋଇ ଆଉ ବାହାରକୁ ଯିବେନାହିଁ।ଆଗାମୀ ଦିନରେ କମ୍ପାନୀ ର ପାରିପାର୍ଶ୍ବିକ ଗ୍ରାମବାସୀମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାରଲକ୍ଷ୍ୟ ରହିଛି ବୋଲି ମଧ୍ୟ ଶ୍ରୀମତୀ ଜିନ୍ଦଲ ପ୍ରକାଶ କରିଥିଲେ।ଏହି ହସ୍ପିଟାଲରେ ଆଲୋପ୍ୟାଥିକ ଚିକିତ୍ସା ବ୍ୟତୀତ ଆୟୁର୍ବେଦିକ,ହୋମିଓପାଥି,ପ୍ରାକୃତିକଚିକିତ୍ସା ସହ ଯୋଗାଭ୍ୟାସକୁ ମଧ୍ୟ ଗୁରୁତ୍ବ ଦିଆଯିବ।ଆସନ୍ତା ୧୮ମାସ ମଧ୍ୟରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ୧୭ଗୋଟି ଚିକିତ୍ସା ବିଭାଗରେ ସେବା ଯୋଗାଇ ଦେବ l

ସେହିଭଳି ହସ୍ପିଟାଲରେ ଅତ୍ୟାଧୁନିକ ନିଦାନ ବିଭାଗରହି ଏକ୍ସରେ, ଅଲଟ୍ରାସାଉଣ୍ଡ, ଇସିଜି,ସିଟିସ୍କାନ, ବାୟୋକେମିଷ୍ଟ୍ରି ଆଦି ପରୀକ୍ଷଣର ସୁବିଧା ରହିବ।ଦୁର୍ଘଟଣାରେ ପୀଡ଼ିତ ଏବଂ ପୋଡ଼ାଜଳାରୋଗୀ ଙ୍କ ପାଇଁ ଟ୍ରମାକେଆରର ମଧ୍ୟ ସୁବିଧାରହିବ। \ଜେଏସପିସିଇଓ ଶ୍ରୀ ଦିନେଶ କୁମାର ସରୋଗୀ ସମସ୍ତ ଅତିଥିମାନଙ୍କୁ ସେମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ୱ ର୍ଝା,ଶ୍ରୀ ଦାମୋଦର ମିତ୍ତଲ,ଶ୍ରୀ ପ୍ରତାପ ପ୍ରଧାନ ଭୂମି ପୁଜନ ସମାରୋହରେ ଯୋଗ ଦେଇଥିଲେ।ଆଖ ପାଖ ଗ୍ରାମାଞ୍ଚଳର ଶତାଧିକ ଗ୍ରାମବାସୀ ମଧ୍ୟଏହି ସମାରୋହରେ ଯୋଗ ଦେଇଥିଲେ। ଗୃପ ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା ଭୂମି ପୂଜନ କାର୍ଯ୍ୟକ୍ରମର ସଞ୍ଚାଳନା କରିଥିଲେ

Leave a Reply

Your email address will not be published. Required fields are marked *